ମନୋରଞ୍ଜନ

ବିରଳ ହସ/କାନ୍ଦ ରୋଗରେ ପୀଡ଼ିତ ବାହୁବଳୀ ନାୟିକା – Kalinga News

[ad_1]

ମୁମ୍ବାଇ: ‘ବାହୁବଳୀ’ ସିନେମାରେ ଦେବସେନାଙ୍କ ଭୂମିକା ନିଭାଇଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଏକ ଅଜବ ରୋଗ ହୋଇଛି। ଯାହାଫଳରେ ସେ ନିଜ ହସ ଉପରେ ନିୟନ୍ତ୍ରଣ ରଖିପାରୁନାହାନ୍ତି। ଅଭିନେତ୍ରୀଙ୍କ କହିବା କଥା ହେଉଛି ସେ ଅଧିକାଂଶ ସମୟ‌ରେ ହସି ହସି ବେଦମ୍‌ ହୋଇଯାଆନ୍ତି। ବିଶ୍ବାସ ନହେଲେ ବି ଅନୁଷ୍କା ଯେଉଁ ରୋଗରେ ପୀଡ଼ିତ ତାହାକୁ ‘ସ୍ୟୁ‌ଡୋବୁଲ୍‌ବର୍‌ ଆଫେକ୍ଟ ବା ପିବିଏ’ କୁହାଯାଏ। ଏହି ରୋଗ ହେଲେ ଲୋକ ନିଜ ହସ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି।

ବିଶେଷ କରି ସୁଟିଂରେ କମେଡି ସିନ୍‌ ଚାଲିଥିବା ବେଳେ ଅଭିନେତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କିଛି ଦୃଶ୍ୟରେ ସେ ଏପରି ହସନ୍ତି ଯେ ଦୀର୍ଘ ସମସ୍ତ ପର୍ଯ୍ୟନ୍ତ ଆଉ ପ୍ରକୃତିସ୍ତ ହୋଇପାରନ୍ତି ନାହିଁ। କେବଳ ହସ ନୁହେଁ, ଏହି ରୋଗ ହେଲେ କାନ୍ଦ ଉପରେ ବି ନିୟନ୍ତ୍ରଣ ରହେ ନାହିଁ। ଏହା ଏକ ସ୍ନାୟୁଗତ ବିକୃତି। ଯାହାକି ସିଧା ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଏହି ରୋଗ ଅନିୟନ୍ତ୍ରିତ ହସ ଓ କାନ୍ଦର କାରଣ ବନିଥାଏ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button