ମନୋରଞ୍ଜନ

ମୁଣ୍ଡପୋତା କେଳାଙ୍କ କଥା ଅପରାହ୍ନର ସୂର୍ଯ୍ୟ – Kalinga News

[ad_1]

ପ୍ରାୟ ଚାରି ଦଶନ୍ଧି ହେବ ଓଡ଼ିଶାରେ ଆଉ ଜନଜାତି ସମ୍ପ୍ରଦାୟର ମୁଣ୍ଡପୋତା କେଳାଙ୍କୁ ଦେଖିବାକୁ ମିଳିନାହିଁ। ଏମାନେ ଓଡ଼ିଶା ତଥା ଅନ୍ୟ ରାଜ୍ୟମାନଙ୍କରେ ପ୍ରାୟ ତିନି ମାସ ଆସି ଗାଁକୁ ଗାଁ ବୁଲି ଖେଳ ଦେଖାନ୍ତି। ଆଉ ଏଥିରୁ ଯାହା ରୋଜଗାର ହୁଏ ସେଥିରେ ସେମାନଙ୍କର ବର୍ଷଯାକର ତେଲ ଲୁଣ ଖର୍ଚ୍ଚ ଉଠିଯାଏ। କିନ୍ତୁ ୪୦ ବର୍ଷ ହେଲା ଏ ଖେଳ ସଂପୂର୍ଣ୍ଣ ବନ୍ଦ ହେଇଯାଇଛି। ଆଉ ଖୋଜିଲେ ବି ମୁଣ୍ଡପୋତା କେଳାଙ୍କୁ ଦେଖିବାକୁ ମିଳୁନି। କୁଆଡ଼େ ଗଲେ ସେମାନେ? କ’ଣ ସେମାନଙ୍କର ସ୍ଥିତି ଏବଂ କିପରି ଥିଲା ସେମାନଙ୍କ ଜୀବନଶୈଳୀ? ଏସବୁକୁ ଆଧାର କରି ନିର୍ମାତା-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତି ନିର୍ମାଣ କରିଛନ୍ତି ନୂଆ ସିନେମା ‘ଅପରାହ୍ନର ସୂର୍ଯ୍ୟ’। ତାଙ୍କ କହିବା ଅନୁଯାୟୀ, ଏହି ସିନେମା ଲାଗି ସେ ବର୍ଷାଧିକ ସମୟ ଗବେଷଣା କରିଥିଲେ। ତା’ପରେ କାହାଣୀ ଓ ଚିତ୍ରନାଟ୍ୟ ନିଜେ ପ୍ରସ୍ତୁତ କରିଥିଲେ।

‘ନଈ ସେପାରି କନକ ଗୋରୀ’ ପରେ ଏହା ଅନନ୍ୟା ପ୍ରଡକସନର ଦ୍ବିତୀୟ ପ୍ରଯୋଜିତ ଚଳଚ୍ଚିତ୍ର। ଏହି ଛବିରେ ମୁଖ୍ୟ ଭୂମିକାରେ ଜୟା ସ୍ବାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାଶ, ମୁନ୍‌ମୁନ୍‌ ଖୁଣ୍ଟିଆ, ଜାନକୀନାଥ ମିଶ୍ର, ଅଜୟ ମହାନ୍ତି, ସୁସନ୍ଧ୍ୟା ନାରାୟଣୀ ମହାନ୍ତି, ସୋମନାଥ ଦାସ, ଶୁଭମ ସାହୁ, ମାନବୀ ଭଦ୍ର, ବେଣୁ, ରୀନା ମିଶ୍ର, ରାହୁଲ ବିନ୍ଧାଣୀ, ଲଳିତ ବେହେରା ଓ ପୁଲିନ ସାହୁ ପ୍ରମୁଖ ଅଭିନୟ କରିଛନ୍ତି। ମହେନ୍ଦ୍ର ଆଚାର୍ଯ୍ୟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜିତ ଦାସ ଏହାର ଚିତ୍ରଗ୍ରହଣ ଦାୟିତ୍ବ ତୁଲାଇଛନ୍ତି। ଗଣେଶ ପୂଜା ଅବସରରେ ଏହାକୁ ରିଲିଜ୍ କରିବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button