ଦେଶ- ବିଦେଶ

ସଂସଦରେ ସେଙ୍ଗୋଲ ହଟାଇବାକୁ ନେଇ ହଙ୍ଗାମା , ବିଜେପି କହିଲା କେହି ସେଙ୍ଗୋଲ ହଟାଇ ପାରିବେନି – Kalinga News

[ad_1]

ନୂଆଦିଲ୍ଲୀ : ଲୋକସଭା ନର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଚାଲିଛି। ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ଓ ବାଚସ୍ପତି ନିର୍ବାଚନ ପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏ ସବୁ ଭିତରେ ସଂସଦରେ ସ୍ଥାପିତ ସେଙ୍ଗୋଲକୁ ନେଇ ଆଜି ରାଜନୀତି ଜୋର୍ ଧରିଛି। ସେଙ୍ଗୋଲ ହଟାଇବାକୁ ନେଇ ହଙ୍ଗାମା ହୋଇଛି। ସଂସଦ ଗୃହରେ ବାଚସ୍ପତି ଆସନ ନିକଟରେ ସ୍ଥାପିତ ସେଙ୍ଗୋଲ ହଟାଇବାକୁ ବିରୋଧୀ ଦଳ ଦାବି କରିଛନ୍ତି। ଏ ନେଇ ଗୃହରେ ହୋହାଲ୍ଲା ହୋଇଛି। ସମାଜବାଦୀ ପାର୍ଟି (ଏସପି) ସେଙ୍ଗୋଲକୁ ରାଜତନ୍ତ୍ରର ପ୍ରତୀକ ବୋଲି କହି ଏହାକୁ ହଟାଇବା ସହ ତା’ସ୍ଥାନରେ ସମ୍ବିଧାନ ପ୍ରତିଷ୍ଠା ବହିକୁ ସ୍ଥାନ ଦେବାକୁ ଦାବି କରିଛନ୍ତି। ସମାଜାବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଆର୍କେ ଚୌଧୁରୀ କହିଛନ୍ତି, ‘ସମ୍ବିଧାନ ବେଶ୍ ମହତ୍ତ୍ୱପୂର୍ଣ୍ଣୋ। ଏହା ଗଣତନ୍ତ୍ରର ପ୍ରତୀକ। ପୂର୍ବ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ସଂସଦରେ ‘ସେଙ୍ଗୋଲ’ ପ୍ରତିଷ୍ଠା କରିଥିଲେ। ‘ସେଙ୍ଗୋଲ୍’ ଅର୍ଥ ‘ରାଜ-ଦଣ୍ଡ’, ଏହା ରାଜା-ରାଜୁଡାଙ୍କ ପ୍ରତୀକ। ରାଜକୀୟ ବ୍ୟବସ୍ଥାକୁ ସମାପ୍ତ କରି ଦେଶ ସ୍ୱାଧୀନ ହେଲା। ତେବେ ଦେଶ ‘ରାଜ ଦଣ୍ଡ’ ଦ୍ୱାରା ପରିଚାଳିତ ହେବ ନା ସମ୍ବିଧାନ ଦ୍ୱାରା? ସମ୍ବିଧାନକୁ ବଞ୍ଚାଇବା ପାଇଁ ସେଙ୍ଗୋଲକୁ ସଂସଦରୁ ହଟାଇବାକୁ ମୁଁ ଦାବି କରୁଛି।’ ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଙ୍ଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶପଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦୀ ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍ ଏଥିପାଇଁ ମୋ ସାଂସଦ ତାଙ୍କୁ ମନେ ପକାଇ ଦେଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ସାମଜାବଦୀ ପାର୍ଟିର ସାଂସଦଙ୍କ ଦାବିରେ ଏକମତ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button