ଦେଶ- ବିଦେଶ
କୋର୍ଟରେ ବିଗିଡ଼ିଗଲା କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା – Kalinga News

[ad_1]
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କୋର୍ଟରେ ହାଜର ହୋଇଛନ୍ତି। ସିବିଆଇ ଦ୍ବାରା ଆଜି ଟ୍ରାଏଲ କୋର୍ଟରେ କେଜ୍ରିୱାଲଙ୍କୁ ହାଜର କରାଯାଇଥିଲା। ତେବେ କୋର୍ଟ ରୁମ୍ରେ କେଜ୍ରିୱାଲ ଆଜି ହଠାତ ଅସୁସ୍ଥ ହୋଇ ପଡ଼ିଛନ୍ତି। କେଜ୍ରିୱାଲଙ୍କ ସୁଗାର ଲେବୁଲ ହ୍ରାସ୍ ପାଇଛି। ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଛି। ଉଲ୍ଲେଖଯୋଗ୍ୟ ବୁଧବାର ରାତିରେ ମଦ ଦୁର୍ନୀତି ମାମଲାରେ ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏହାପରେ ତାଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏଠାରେ ଶୁଣାଣି ବେଳେ କେଜ୍ରିଓ୍ୱାଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ମଧ୍ୟ ଅଛନ୍ତି। ଆପ୍ ମୁଖ୍ୟଙ୍କୁ ଅନ୍ୟ ଏକ କୋଠାରୀରେ ବସାଯାଇ ଚା’ ଓ ବିସ୍କୁଟ୍ ଖାଇବାକୁ ଦିଆଯାଇଥିବା ଜଣାପଡ଼ିଛି।
[ad_2]