ଦେଶ- ବିଦେଶ

୧୦ ବର୍ଷ ପରେ ବିଜେପିରୁ ଏନସିପିକୁ ଫେରିଲେ ସୂର୍ଯ୍ୟକାନ୍ତା ପାଟିଲ – Kalinga News

[ad_1]

ମୁମ୍ବାଇ: ଗତ ଦୁଇଦିନ ପୂର୍ବେ ବିଜେପି ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ୍ ପୁଣିଥରେ ନେସନାଲିଷ୍ଟ କଂଗ୍ରେସ ପାର୍ଟି ତଥା ଏନସିପି (ଶରଦ ପାୱାର)କୁ ଫେରିଛନ୍ତି। ୨୦୧୪ରେ ସୂର୍ଯ୍ୟକାନ୍ତା ଏନ୍ସିପି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ଏବେ ସେ ପୁଣି ବିଜେପି ଛାଡ଼ି ଶରତ ପାୱାର୍ଙ୍କ ନେତୃତ୍ବ ସ୍ବୀକାର କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଏନ୍ସିପି (ଶରତ ପାୱାର୍)ରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଯୋଗଦେବା ପ୍ରତିକ୍ରିୟାରେ ଦଳର ମୁଖିଆ ଶରଦ ପାୱାର କହିଛନ୍ତି, ସୂର୍ଯ୍ୟକାନ୍ତାଙ୍କ ପ୍ରତ୍ୟାବର୍ତ୍ତନ ଦ୍ବାରା ନନଦେଦ୍, ହିଙ୍ଗୋଲି, ପରଭାନି, ବିଡ୍ ଓ ଅନ୍ୟ ଜିଲ୍ଲାରେ ଏନ୍ସିପିର ସାଂଗଠନିକ ଶକ୍ତି ସୁଦୃଢ଼ ହେବ। ସୂଚନାଯୋଗ୍ୟ, ଶନିବାର ସୂର୍ଯ୍ୟକାନ୍ତା ପାଟିଲ ବିଜେପିରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫା ପତ୍ରରେ ସେ ଦର୍ଶାଇଥିଲେ ଯେ ସେ ଗତ ୧୦ ବର୍ଷ ଧରି ଦଳରୁ ଅନେକ ଶିକ୍ଷା ଲାଭ କରିଛନ୍ତି। ନିକଟରେ ସେ ଦଳର ରାଜ୍ୟ (ମହାରାଷ୍ଟ୍ର) ସଭାପତି ଚନ୍ଦ୍ରଶେଖର ବାୱାନ୍କୁଲେଙ୍କୁ ଭେଟିବାକୁ ଚାହିଁଥିଲେ, କିନ୍ତୁ ସାକ୍ଷାତ କରିବାକୁ ଚନ୍ଦ୍ରଶେଖର ସମୟ ଦେଇନଥିଲେ। ସୂର୍ଯ୍ୟକାନ୍ତା ପାଟିଲ୍ ୧୯୭୦ରେ ଜନସଂଘରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button