ଖେଳ ଖବର

ୟୁରୋ କପ୍‌: ସ୍ପେନ୍‌, ଇଟାଲି ଅଗ୍ରସର – Kalinga News

[ad_1]

ଡସେଲଡର୍ଫ/ଲିପଜିଗ୍‌: ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଗ୍ରୁପ୍‌ ‘ବି’ରୁ ସ୍ପେନ୍‌ ଓ ଇଟାଲି ଆଗକୁ (ପ୍ରି-କ୍ବାର୍ଟର) ବଢ଼ିଛନ୍ତି। ସୋମବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପେନ୍‌ ୧-୦ ଗୋଲ୍‌ରେ ଆଲବାନିଆକୁ ପରାସ୍ତ କରିଛି। ଏକମାତ୍ର ଗୋଲଟି ମ୍ୟାଚ୍‌ର ତ୍ରୟୋଦଶ ମିନିଟରେ ଦେଇଥିଲେ ଫେରାନ୍ ଟୋରେସ୍‌। ଏଥି ସହ ସ୍ପେନ୍‌ ସମସ୍ତ ୩ ଗ୍ରୁପ୍ ମ୍ୟାଚ୍‌ ଜିତି ଟପ୍ପର ହେବା ସହ ୯ ପଏଣ୍ଟ ପାଇଛି। ସୋମବାର ସମାନ ସମୟରେ ଖେଳାଯାଇଥିବା କ୍ରୋଏସିଆ-ଇଟାଲି ମ୍ୟାଚ୍‌ ୧-୧ ଗୋଲ୍‌ରେ ଡ୍ର’ ରହିବାରୁ ଶେଷ ମିନିଟରେ ଇଟାଲି ଆଗକୁ ବଢ଼ିଯାଇଛି। ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ୫୪ତମ ମିନିଟରେ ଅଭିଜ୍ଞ ଲୁକାସ ମୋଡ୍ରିକ୍ ଏକ ପେନାଲ୍ଟି ମିସ୍ କରିଥିଲେ। କିନ୍ତୁ ପରବର୍ତୀ ମିନିଟରେ ହିଁ ଏକ ଫିଲ୍ଡ ଗୋଲ୍ (୫୫ତମ ମିନିଟ) ଦେଇ ଏହାର ଭରଣା କରି ଦେଇଥିଲେ। ବିଳମ୍ବିତ ନାଟକ କିନ୍ତୁ ମ୍ୟାଚ୍‌ ଭାଗ୍ୟ ବଦଳାଇ ଦେଇଥିଲା। ମ୍ୟାଚ୍‌ ଶେଷ ହେବାକୁ ଯାଉଥିବାବେଳେ ଇଟାଲି ପାଇଁ ନିଜ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଦେଇ ମାଟିଆ ଜାକାନି (୯୦+୮ ମିନିଟ୍‌) କ୍ରୋଏସିଆ ଆଶାରେ ପାଣି ଭରି ଦେଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button