ଶିବପୁରାଣ ଅନୁସାରେ ମୃତ୍ୟୁ ଆସିବା ପୂର୍ବରୁ ମନୁଷ୍ୟକୁ ମିଳେ ଏହି 5 ଟି ସଙ୍କେତ, ଆପଣ ମଧ୍ୟ ଜାଣନ୍ତୁ
ବନ୍ଧୁଗଣ ନମସ୍କାର, ତେବେ ପ୍ରତ୍ୟେକ ମନୁଷ୍ୟ ର ଜୀବନ ରେ ଯଦି କିଛି ବାସ୍ତବିକ ଥାଏ ତାହା ହେଉଛି ମୃତ୍ୟୁ । ଅର୍ଥାତ ଯିଏ ବି ଜନ୍ମ ନେଇଛି ସେ ଦିନେ ନା ଦିନେ ନିଶ୍ଚୟ ମରିବ । କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜୀବନ ଯାକ କେବେବି ସ୍ୱୀକାର କରି ନଥାଏ । ମୃତ୍ୟୁ କୌଣସି ନା କୌଣସି ଦିନ ଅକସ୍ମାତ ଆସିବ ଭାବିବା ଭୁଲ । କାରଣ ହିନ୍ଦୁ ପୁରାଣରେ ଏହା ବର୍ଣ୍ଣିତ ଅଛି କି ମନୁଷ୍ୟ ର ମୃତ୍ୟୁ ପୂର୍ବରୁ ତାଙ୍କ ପାଖକୁ କିଛି ନା କିଛି ସଙ୍କେତ ମିଳି ଥାଏ ।
କିନ୍ତୁ ନିଜ ଅଜ୍ଞାନତା କାରଣରୁ ସେ ଏହାକୁ ବୁଝି ପାରି ନଥାଏ । ଆଜି ଆମେ ଗରୁଡ଼ ପୁରାଣରେ ବର୍ଣ୍ଣିତ ମୃତ୍ୟୁ ପୂର୍ବରୁ ଦେଖା ଯାଉଥିବା ଲକ୍ଷଣ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ କଣ କଣ ଏବଂ କିପରି ସେହି ଲକ୍ଷଣ ଗୁଡିକୁ ଆମେ ଜାଣି ପାରିବା । ଗରୁଡ଼ ପୁରାଣରେ ମୃତ୍ୟୁ ସମ୍ବନ୍ଧରେ କିଛି ସଙ୍କେତ ବିଷୟ ରେ କୁହାଯାଇଛି । ଏହା ମନୁଷ୍ୟ ର ମୃତ୍ୟୁ ର ପୁର୍ବ ର ସଙ୍କେତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ଯଦି କୌଣସି ମଣିଷ ର ଶରୀର ଧଳା କିମ୍ବା ହଳଦିଆ ପଡ଼ିଯାଏ । ଉପରୁ କିଛି ଲାଲ ଦେଖାଯାଏ ତେବେ ମନୁଷ୍ୟ କୁ ଏହା ବୁଝି ଯିବାକୁ ପଡ଼ିବ କି ସେହି ମନୁଷ୍ୟ ର ନିକଟ ଅଛି ବୋଲି । ଏହାଛଡା ଯେଉଁ ମଣିଷ ର ମୁହଁ,କାନ, ନାକ,ଆଖି ଏବଂ ଜିଭ ଠିକ ଭାବେ କାମ ନ କରେ ତେବେ ସେହି ମନୁଷ୍ୟ ର ମୃତ୍ୟୁ ନିକଟ ଅଛି ବୋଲି ଜାଣିବା ଆବଶ୍ୟକ ।
ଯେଉଁ ମଣିଷ କୁ ଚନ୍ଦ୍ରମା କିମ୍ବା ସୂର୍ଯ୍ୟ ର ଆଖ ପାଖରେ ଚମକୁଥିବା ବଳୟ କଳା କିମ୍ବା ଲାଲ ଦେଖା ଯାଏ ତେବେ ସେହି ମନୁଷ୍ୟ ର ମୃତ୍ୟୁ କିଛିଦିନ ଭିତରେ ହେବାକୁ ଯାଉଛି ବୋଲି ପୁରାଣ ରେ ବର୍ଣ୍ଣନା କରାଯାଇଛି । ଯଦି କୌଣସି ବ୍ୟକ୍ତି କୁ ତେଲ, ପାଣି,ଆଇନା ରେ ନିଜ ଚେହେରା ନ ଦେଖା ଯାଏ ଏବଂ ଆଇନା ରେ ନିଜର ବିକୃତ କିମ୍ବା ଅନ୍ୟ କାହାର ମୁହଁ ଦେଖା ଯାଏ ତେବେ ଏହା ମଧ୍ୟ ମୃତ୍ୟୁ ର ସଙ୍କେତ ।
ଏହା ବ୍ୟତୀତ ଯେଉଁ ମାନଙ୍କ ଶରୀର ରୁ ବହୁତ ଦୁର୍ଗନ୍ଧ ଆସିଥାଏ । ସେମାନଙ୍କ ର ମଧ୍ୟ ମୃତ୍ୟୁ ନିକଟତର ଅଛି ବୋଲି ଜାଣିନେବା ଉଚିତ । ଗରୁଡ଼ ପୁରାଣ ରେ ଏହା ମଧ୍ୟ କୁହାଯାଇଛି କି ଯେଉଁ ମନୁଷ୍ୟ ର ଛାଇ ତାର ସାଥ ଦିଏ ନାହିଁ କିମ୍ବା ବ୍ୟକ୍ତି କୁ ନିଜ ପୂର୍ବ ପୁରୁଷ ଙ୍କ ଦର୍ଶନ ହୁଏ ତେବେ ତାର ମୃତ୍ୟୁ ମଧ୍ୟ ନିକଟ ହୋଇଥାଏ ।
ଯେଉଁ ମନୁଷ୍ୟ କୁ ସ୍ୱପ୍ନ ରେ ପେଚା ଏବଂ ଜଳୁଥିବା କାଠ ର ଛବି ଦେଖାଯାଏ ତେବେ ଏହା ଜାଣିବା ଉଚିତ ଯେ, ସେହି ମନୁଷ୍ୟ ର ମୃତ୍ୟୁ କିଛି ଦିନ ଭିତରେ ହୋଇଯିବ । ଏଭଳି ମନୁଷ୍ୟ କୁ ନିଜର ଅନ୍ତ ସମୟ ନିଜ ପରିବାର ସଦସ୍ୟ ଙ୍କ ସହିତ ଅତିବାହିତ କରିବା ଆବଶ୍ୟକ ଏବଂ ନିଜର ପାପ କର୍ମ ର ପ୍ରାୟଶ୍ଚିତ କରିବା ଉଚିତ । ତେବେ ଏହା ବାସ୍ତବିକ ଯେ, ଯେଉଁ ମଣିଷ ଭଲ କର୍ମ କରିଥାଏ ତାକୁ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି ହୁଏ ଏବଂ ଯିଏ ଖରାପ କାମ କରିଥିବା ତାକୁ ମୃତ୍ୟୁ ପରେ ନର୍କ ପ୍ରାପ୍ତି ହୋଇଥାଏ ।