ସ୍ୱାସ୍ଥ୍ୟ

କୋଳଥ ଡାଲିର ଚମତ୍କାରୀ ଫାଇଦା, ମୂଳରୁ ଶେଷ କରେ ଏହି 5 ଟି ବଡ ରୋଗ

ନମସ୍କାର ବନ୍ଧୁଗଣ ତେବେ ଡାଲି ହେଉଛି ପ୍ରୋଟିନର ଗୋଟିଏ ବଡ ସ୍ରୋତ । ଏହା ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ । ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ ‘କୋଳଥ ଡାଲି’ ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର । ଆଜି ଚାଲନ୍ତୁ ଜାଣିବା ‘କୋଳଥ ଡାଲି’ ଶରୀର ପାଇଁ କେତେ ଉପକାରୀ ଅଟେ । ତେବେ ଶୀତଋତୁରେ ପ୍ରାୟତଃ ସର୍ଦି କାଶ ଲାଗି ରହିଥାଏ ।

ଯଦି ଏପରି ହେଉଛି ତେବେ ଶୀତଋତୁରେ କୋଳଥ ଡାଲି ର ପ୍ରୟୋଗ ପାରମ୍ପରିକ ଭାବରେ କରାଯାଇ ଥାଏ । କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀରକୁ ଭିତରୁ ଗରମ ପ୍ରଦାନ କରିଥାଏ । ଗଳାର ସଂକ୍ରମଣକୁ ଦୂର କରି କାଶ ମଧ୍ଯ ଠିକ କରିଥାଏ । ତେବେ ମଧୁମେହ ଗୋଟିଏ ଏପରି ରୋଗ, ଯାହା ଜୀବନ ଜାପାନ ପ୍ରଣାଳୀ ସହିତ ସମ୍ପୂର୍ଣ ଖାଦ୍ୟ ପ୍ରଣାଳୀକୁ ବଦଳାଇ ଦେଇଥାଏ ।

ପ୍ରତିଦିନ ସକାଳୁ ଯଦି କୋଳଥ ଡାଲି କୁ ସିଝାଇ ତାର ପାଣିକୁ ଖାଲି ପେଟରେ ସେବନ କରିବେ ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ରହିବ । ଏହାକୁ ସେବନ କରିବା ପୂର୍ବରୁ ପେଟ ସମ୍ପୂର୍ଣ ସଫା ଥିବା ଆବଶ୍ୟକ । ତେବେ ଆଜିକାଲି ପ୍ରାୟ ସମସ୍ତେ ମୋଟାପଣ ଯୋଗୁଁ ଚିନ୍ତିତ ରହୁଛନ୍ତି । ଯଦି ଆପଣ ନିଜର ମୋଟାପା ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ କୋଳଥ ଡାଲି ଆପଣ ମାନଙ୍କୁ ସାହାଯ୍ୟ କରିବ ।

ପ୍ରତିଦିନ ଯଦି ଆପଣ କୋଳଥ ଡାଲି ନିଜ ଖାଦ୍ୟରେ ସାମିଲ କରିବେ ତେବେ ଆପଣ ମାନଙ୍କ ଓଜନ ନିୟନ୍ତ୍ରିତ ହେବ ।କୋଳଥ ଡାଲି ନିୟମିତ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । କୋଳଥ ଡାଲି ବ୍ଲଡ଼କୁ ପତଳା କରି ଠିକ ଭାବରେ ଶରୀରରେ ରକ୍ତ ସଂଚାଳନ କରିଥାଏ । ତେବେକୋଳଥ ଡାଲି କିଡ୍ନୀ ଷ୍ଟୋନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଗବେଷଣାରୁ ଜଣା ପଡିଛି କିଡ୍ନୀର ଷ୍ଟୋନ ପାଇଁ କୋଳଥ ଡାଲି ଖୁବ ହିତକର । କୋଳଥ ଡାଲିରେ ଆଣ୍ଟି ଅକ୍ସିଡାଂଟ ଥାଏ ଯାହା ଶରୀରର ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

କୋଳଥ ଡାଲି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇଥାଏ । ଏହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମାଇ ଭଲ କୋଲେଷ୍ଟ୍ରଲର ବୃଦ୍ଧି କରିଥାଏ । କାରଣ କୋଳଥ ଡାଲିରେ ପ୍ରଚୁର ପରିମାଣରେ ଫାଇବର ଭରି ହୋଇ ରହିଛି ।ତେବେ କୋଳଥ ଡାଲି ରେ ଫ୍ଲେବୋନାଏଡ଼ ରହିଛି । ଯାହା ତ୍ୱଚାକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ କିରଣରୁ ରକ୍ଷା କରିଥାଏ । ତେଣୁ ‘କୋଳଥ ଡାଲି’ ନିୟମିତ ଖାଇବା ଖୁବ ହିତକର ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button