ମନୋରଞ୍ଜନ

ବିବାହରେ ମାତ୍ର ଏତିକି ଟଙ୍କାର ଶାଢ଼ି ପିନ୍ଧିଲେ ସୋନାକ୍ଷୀ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ। ଦିନରେ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ସୋନାକ୍ଷୀ ରାତିରେ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ମଥାରେ ସିନ୍ଦୂର ଲଗାଇବା ସହ ଲାଲ ଶାଢ଼ିରେ ସେ ଖୁବ ସୁନ୍ଦର ଦିଶୁଥିଲେ।

ତାଙ୍କ ଶାଢ଼ି ଅନେକଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଏହାର ଦାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବଲିଉଡର ଅନେକ ଅଭିନେତ୍ରୀ ଲକ୍ଷ ଲକ୍ଷ ଟଙ୍କାର ଶାଢ଼ି ଓ ଲେହେଙ୍ଗା ପିନ୍ଧିଥିବା ବେଳେ ସୋନାକ୍ଷୀ କମ ଦାମ‌ର ବନାରସି ସିଲ୍କ ବ୍ରୋକେଡ ଶାଢ଼ି ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଉଛି ଯେ, ଏହି ଶାଢ଼ିଟି ଭାରତୀୟ ଫ୍ୟାଶନ ବ୍ରାଣ୍ଡ ର’ମ୍ୟାଙ୍ଗୋର ଥିଲା। ଏହାର ଦାମ୍ ୭୯,୫୦୦ଟଙ୍କା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button