ସ୍ୱାସ୍ଥ୍ୟ

ବ୍ରଣ ଓ କଳା ଦାଗ ସବୁଦିନ ପାଇଁ ଗାୟବ ହୋଇଯିବ, ବାସ ଦିନରେ ଥରେ ଏହାକୁ ଲଗେଇ ଦିଅନ୍ତୁ

ବ୍ରଣ ଏକ ଏପରି ସମସ୍ଯା ଯାହା ସାଧାରଣତଃ ପୁଅ ଓ ଝିଅ ଉଭୟ ଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହା ଅଧିକାଂଶ ଯୁବା ବୟସ ରେ ହେବାର ଦେଖା ଯାଇଥାଏ । ଏପରିକି15 ରୁ 25 ବର୍ଷ ବୟସ ମଧ୍ୟରେ ଅଧିକାଂଶ ମାତ୍ରାରେ ବ୍ରଣ ହେବାର ଦେଖା ଯାଇଥାଏ । ଅନେକ ଲୋକ ଏହା ପାଇଁ ଖୁବ ଚିନ୍ତିତ ମଧ୍ୟ ରହିଥାନ୍ତି । ମୁହଁ ରେ ବ୍ରଣ ବିଭିନ୍ନ କାରଣ ରୁ ହେବାର ଦେଖା ଯାଇଥାଏ ।

ସେଥି ମଧ୍ୟରୁ ପ୍ରଥମ କାରଣ ଟି ହେଉଛି ମୁହଁ ରେ ଲାଗୁଥିବା ଧୁଳି ମଳି । ଯାହା କାରଣ ରୁ ଫେସ ରେ ପୋର୍ସ ଗୁଡିକ ଲକ ହୋଇ ଯାଇଥାଏ । ଏଥି ପାଇଁ ନିଜ ମୁହଁ କୁ ସବୁବେଳେ ସଫା ରଖିବାକୁ ଚେଷ୍ଟା କରନ୍ତୁ । ଦିନକୁ ଅତିକମ ରେ ନିଜ ମୁହଁ କୁ 3 ରୁ 4 ଥର ସଫା ପାଣି ରେ ଧୋଇବାକୁ ଚେଷ୍ଟା କରନ୍ତୁ ।

ଦ୍ଵିତୀୟ ରେ ବ୍ରଣ ରୁ ରକ୍ଷା ପାଇବାକୁ ଚାହୁଁ ଥିଲେ କେବେ ମଧ୍ୟ ନଖ ଦ୍ଵାରା ବ୍ରଣ କୁ ଛିଣ୍ଡାନ୍ତୁ ନାହିଁ । ଏହା ଦ୍ଵାରା ବ୍ରଣ ଅକମିବା ପରିବର୍ତ୍ତେ ଆହୁରି ଅଧିକ ବଢି ଯାଇଥାଏ । ତୃତୀୟ ରେ ମୁହଁ କୁ ହାତ ରେ ବାରମ୍ବାର ସ୍ପର୍ଶ କରିବା ଦ୍ଵାରା ଆହତ ରେ ଥିବା ବ୍ୟାକ୍ଟେରିଆ ମୁହଁ ସାରା ଲାଗି ଯାଇଥାଏ ।

]]

ଫଳ ରେ ଅଧିକ ମାତ୍ରା ରେ ବ୍ରଣ ହେବାର ଦେଖା ଯାଇଥାଏ । ଚତୁର୍ଥ ରେ ଖରାରେ ଯିବା ସମୟରେ ମୁହଁ କୁ ଆବଧ କରି ଯିବା ଆସିବା କରନ୍ତୁ । ପଞ୍ଚମ ରେ ମୁହଁ ରେ ମେକଅପ ଯଦି ଅଧିକ ସମୟ ଧରି ଲାଗି ରହିତହେ ତେବେ ଏହା ମଧ୍ୟ ମୁହଁ ରେ ବ୍ରଣ ହେବାର ମୁଖ୍ୟ କାରଣ ହୋଇଥାଏ । ତେଣୁ ମୁହଁ କୁ ଅଧିକ ରୁ ଅଧିକ ସମୟ ଧରି ସଫା ରଖିବାକୁ ଚେଷ୍ଟା କରନ୍ତୁ । ଖାସ କରି ରାତିରେ ଅଇବା ପୂର୍ବରୁ ମୁହଁ ରୁ ମେକଅପ କୁ ବାହାର କରି ହିଁ ଶୋଇବାକୁ ଯାଆନ୍ତୁ ।

ତାହାସହ ମୁହଁ ରେ ବ୍ରଣ ହେଉଥିଲେ ରାତିରେ ଶୋଇବା ପୂର୍ବରୁ ମୁହଁ କୁ ସଫା ପାଣିରେ ଭଲ ଭାବରେ ଧୋଇ ପୋଛି ଶୋଇବା ଉଚିତ । ବନ୍ଧୁଗଣ ବ୍ରଣ ଜନିତ ସମସ୍ଯା କୁ ମୂଳ ରୁ ଦୂର କରିବା ପାଇଁ ପ୍ରତ୍ଯେକ ଦିନ ଏକ ଗ୍ଳାସ ଉଷୁମ କ୍ଷୀରରେ ଅଧ ଚାମଚ ହଳଦୀ ମିଶାଇ ତାହର ସେବନ ନିଶ୍ଚିତ କରନ୍ତୁ । ଏହା ଦ୍ଵାରା ବ୍ରଣ ଜନିତ ସମସ୍ଯା ଦୂର ହେବା ସହ ତ୍ଵଚା ମଧ୍ୟ ଉଜ୍ଵଳ ମାନ ହୋଇଯିବ ।

ଏହାଛଡା ଆପଣ କିଛି ନିମ୍ବ ପତ୍ର ଓ କିଛି ତୁଳସୀ ପତ୍ର ଓ କିଛି ପୋଦିନା ପତ୍ର ନେଇ ତାହାକୁ ମିଶାଇ ଛେଚି ତାହର ଏକ ମିଶ୍ରିତ ରସ ବାହାର କରି ଛାଣି ନିଅନ୍ତୁ । ଏହା ଅପରେ ସେହି ରସ ରେ ଏକ ଚାମଚ ଆଲୋବେରା ଜେଲ ଓ ଏକ ଚାମଚ ଗୋଲାପ ଜଳ ଓ ଏକ ଚାମଚ ଗ୍ରିସେଲିନ ମିଶାଇ ଭଲ ଭାବରେ ଗୋଳାଇ ନିଅନ୍ତୁ । ବର୍ତମାନ ଏହି କ୍ରିମ ଟି ସମ୍ପୂର୍ଣ ରୂପରେ ପ୍ରସ୍ତୁତ ହୋଇ ଯାଇଛି ।

ଏହି କ୍ରିମ ଟିକୁ ଏକ ବୋତଲ ରେ ପୁରାଇ 7 ଦିନ ପାଇଁ ଫ୍ରିଜ ରେ ଷ୍ଟୋର କରି ପାରିବେ । ଏହା ପରେ ଆପଣ ଏହି କ୍ରିମ କୁ ପ୍ରତ୍ଯେକ ଦିନ ଦିନକୁ 2 ରୁ 3 ଥର ବ୍ୟବହାର କରନ୍ତୁ । ଆପଣ ଦେଖିବେ ଆପଣ ଙ୍କ ଫେସ ର ସମସ୍ତ ଦାଗ ଚିହ୍ନ ଦୂର ହୋଇଯିବ । ଏହାସହ ବ୍ରଣ ଜନିତ କୌଣସି କିଛି ସମସ୍ଯା ମଧ୍ୟ ରହିବ ନାହିଁ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button