ଜ୍ୟୋତିଷ

ଶନିବାର ଦିନ ଭୁଲରେ ମଧ୍ୟ କିଣନ୍ତୁ ନାହିଁ ଏହି 8 ଟି ଜିନିଷ, ବନେଇ ଦିଏ କଙ୍ଗାଳ

ନମସ୍କାର ବନ୍ଧୁଗଣ ତେବେ ଶନି ଗ୍ରହ ଆମ ସୂର୍ଯ୍ୟ ମଣ୍ଡଳର ସବୁଠାରୁ ସୁନ୍ଦର ଗ୍ରହ ଅଟେ । ଏହାକୁ ଯଦି ଆମେ ଶାସ୍ତ୍ର ଅନୁସାରେ ଦେଖିବା ତେବେ ଜାଣି ପାରିବା ଶନି ଗ୍ରହ କୂ ଏକ ଭଲ ସ୍ଥାନ ମିଳିଛି ଆମ ଶାସ୍ତ୍ର ରେ । ଶନି ଗ୍ରହ ବା ଶନି ଦେବ ହେଉଛନ୍ତି ଭଗବାନ ସୂର୍ଯ୍ୟ ଙ୍କର ପୁତ୍ର ତେଣୁ ତାଙ୍କୁ ଅଧିକ ମହତ୍ଵ ଦିଆ ଯାଇଛି ।

ଆମେ ଜାଣୁ କି ଯଦି କେଉଁ ଲୋକର ଶନି ଦଶା ଚାଲିଛି ତାହେଲେ ତାକୁ କେହି ବି କାଙ୍ଗାଲ ହେବାରୁ କିମ୍ବା ବରବାଦ ହେବାରୁ ରକ୍ଷା କରି ପାରିବେନି । କିନ୍ତୁ ଏଭଳି ମଧ୍ୟ କିଛି ମାନ୍ୟତା ଅଛି ଯଦି ଶନି ଦେବଙ୍କୁ ଆପଣ ପ୍ରସନ୍ନ କରି ପାରିବେ ତେବେ ଆପଣ ନିଶ୍ଚୟ ଭାବେ ଜଣେ ସୁଖୀ  ବ୍ୟକ୍ତି ହୋଇ ପାରିବେ ସଂସାରରେ।

ତେବେ ସପ୍ତାହରେ ୭ ଦିନ ମଧ୍ୟ ରୁ ଶନି ବାର ଦିନକୁ ଭଗବାନ ଶନି ଙ୍କୁ ଅର୍ପଣ କରାଯାଇଛି । ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ଅଚ୍ଛି ଯାହାକୁ ଆମେ ଶନି ବାର ଦିନ କିଣିବା ଉଚ୍ଚୀତ ନୁହେଁ । ତେବେ ଆସନ୍ତୁ ଜାଣିବା କଣ କଣ ଜିନିଷ ଆମେ ଶନିବାର ଦିନ କିଣିବା ଅନୁଚିତ ଅଟେ । ପ୍ରଥମ ହେଉଛି ଚମଡାର ତିଆରି ହୋଇ ଥିବା କିଛି ବି  ବସ୍ତୁ । ଚମଡାରେ ତିଆରି ହୋଇଥିବା ବସ୍ତୁ ପଶୁ ପକ୍ଷୀ ମାନଙ୍କର ହତ୍ୟା କରି ତାଙ୍କର ଚମଡାରୁ ବନା ହୋଇ ଥାଏ ଯାହା ଶନି ଦେବଙ୍କୁ ରଗେଇ ଦେଇ ଥାଏ ।

ତେବେ ଶନି ଦେବ ପଶୁ ମାନଙ୍କୁ ଅଧିକ ଭଲ ପାଇ ଥାନ୍ତି । ତେଣୁ ଏହି ଦିନ ଏଭଳି କିଛି ଜିନିଷ କିଣନ୍ତୁ ନି । ଦ୍ଵିତୀୟ ଜିନିଷ ହେଉଛି ଲୁହା ରେ ତିଆରି ହୋଇ ଥିବା ଜିନିଷ ଏଭଳି ଜିନିଷ ଯାହା ଲୁହାରେ ତିଆରି ହୋଇ ଥାଏ କିଣନ୍ତୁନି ବରଂ ଆପଣ ଯଦି ପାରିବେ ଏହାକୁ ଦାନ କରି ପାରିବେ । ତୃତୀୟ ଜିନିଷ ହେଉଚ୍ଚି ଝାଡୁ । ଝାଡୁ ଯେଉଁ ପ୍ରକାର ହେଉନା କାହିଁକି ଆପଣ ଏହାକୁ ଶନି ବାର ଦିନ କିଣିବେ ନାହିଁ।

ତେବେ ଏହା ଆମ ଘରର ଅଳିଆ ସଫା କରି ଥାଏ। ମାତ୍ର ଆପଣ ଏହାର ଧ୍ୟାନ ରଖନ୍ତୁ କି ଆପଣ ଜେଭଳି ଝାଡୁ ଶନିବାର ଦିନ ନ କିଣନ୍ତି । ଏହା ପରେ ଚତୁର୍ଥ ଜିନିଷ ହେଉଛି ତେଲ ଆପଣ ଯଦି ଜାଣି ଛନ୍ତି ତେବେ ଶନି ଦେବଙ୍କର ପ୍ରିୟ ହେଉଛି ତେଲ ଏହାକୁ କେବେବି ଶନିବାର ଦିନ କିଣନ୍ତୁ ନି । ପଞ୍ଚମ ଜିନିଷ ହେଉଛି ଆପଣ କେବେବି ଲୁଣ ଶନିବାର ଦିନ କିଣନ୍ତୁ ନି କିମ୍ବା କାହା ଘରୁ ଧାର ମାଗନ୍ତୁ ନାହିଁ । ଷଷ୍ଠ ଜିନିଷ ହେଉଛି କଳାରାଶି କୁ ଦାନ କରନ୍ତୁ ମାତ୍ର ଏହାକୁ କିଣନ୍ତୁନି ।

ତେବେ ସପ୍ତମ ଜିନିଷ ହେଉଛି ଜୋତା କିମ୍ବା ଚପଲ ଯଦି ଆପଣ ଏହାକୁ କିଣିବା ପାଇଁ ଚାହାଁନ୍ତି ତେବେ ଆପଣ ଶନି ବାର କୁ ଛାଡିକି ଅନ୍ୟ କିଛି ଦିନ ଏହାକୁ କିଣି ପାରିବେ । ଯଦି ଚାହିଁବେ ତାହେଲେ ଆପଣ ନିଜର ଛିଣ୍ଡା ଚପଲ ଦାନରେ ଦେଇ ପାରିବେ ।ଏହା ଛଡା ଆପଣ ଯଦି ଚାହିଁବେ ତାହେଲେ ଆପଣ କଳା ବସ୍ତୁ ଦାନ କରି ପାରିବେ ମାତ୍ର ଏହି ଦିନ କିଛି କଳା ବସ୍ତୁ କିଣିବା ଅଶୁଭ ବୋଲି ମାନ୍ୟତା ଅଛି । ଏହାକୁ ଧ୍ୟାନ ରେ ରଖିଲେ ଆପଣ ଶନି ଦେବଙ୍କ କୋପରୁ ନିଜକୁ ବଞ୍ଚାଇ ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button