ଜ୍ୟୋତିଷ

କଇଁଛ ଘରେ କିପରି ଏବଂ କେଉଁଠି ରଖିବା ଦ୍ଵାରା ଧନର ବର୍ଷା ହୋଇଥାଏ – Vastu Tipsvv

ବନ୍ଧୁଗଣ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି ଯେଉଁ ଘରେ କଇଁଛ ରହିଥାଏ ବା ଯେଉଁ ଘରେ କଇଁଛ ର ପ୍ରତିମା ରଖା ଯାଇଥାଏ, ସେହି ଘରେ ସୁଖ ଶାନ୍ତିର ଦିନ କୁ ଦିନ ବୃଦ୍ଧି ହେବାକୁ ଲାଗିଥାଏ । ଏହାସହ ସେହି ଘରେ ମାତା ଲକ୍ଷ୍ମୀ ମଧ୍ୟ ସବୁବେଳ ପ୍ରସନ୍ନ ହୋଇ ବିରାଜ ମାନ କରିଥାନ୍ତି । ଏହାର ଏକ କାରଣ ହେଉଛି କି ଭଗବାନ ଶ୍ରୀ ହରି ବିଷ୍ଣୁ ଥରେ ସମୁଦ୍ର ମନ୍ଥନ ସମୟରେ କଇଁଛ ରୂପରେ ଅବତାର କରିଥିଲେ ।

ଏହି କାରଣ ରୁ କଇଁଛ ଅନେକ ପୂଜନୀୟ ହୋଇଥାଏ । ଶାସ୍ତ୍ର ରେ ବର୍ଣ୍ଣିତ ଅଛି କି ଯେଉଁ ଘରେ କଇଁଛ ବା କଇଁଛର ପ୍ରତିମା ରହିଥାଏ, ସେହି ଘରେ ଶ୍ରୀ ହରି ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ସବୁବେଳ ଲାଗି ରହିଥାଏ ।

ବନ୍ଧୁଗଣ କଇଁଛ ହେଉ ବା କଇଁଛ ର ପ୍ରତିମା, ତାହାକୁ ଗୁରୁବାର ଦିନ ଘରକୁ ଆଣି ସ୍ଥାପନ କରିବା ହିଁ ଶୁଭ ହୋଇଥାଏ । ମାନ୍ୟତା ଅଛି କି ଘରେ କଇଁଛ ରଖି କଇଁଛ କୁ ଖାଇବାକୁ ଦେବା ଖୁବ ଭଲ ହୋଇଥାଏ । ଘରେ ଥିବା କଇଁଛ ଯେତେ ଯେତେ ବଡ ହୁଏ, ଘର ଉନ୍ନତ ମଧ୍ୟ ସେତେ ସେତେ ଅଧିକ ହେବାକୁ ଲାଗେ ।

ଏପରି ରେ ସମସ୍ତଙ୍କ ପକ୍ଷରେ ଘରେ କଇଁଛ ଅନାଇ ରଖିବା ସମ୍ଭବ ହୋଇ ନଥାଏ । କିନ୍ତୁ କଇଁଛ ପରିବର୍ତେ ଘରେ କଇଁଛ ର ମୂର୍ତ୍ତି ଆଣି ରଖି ତାର ବିଧିବତ ଭାବରେ ପ୍ରତ୍ଯେକ ଦିନ ପୂଜା କରିବା ମଧ୍ୟ ଖୁବ ଭଲ ହୋଇଥାଏ । କଇଁଛକୁ ରଖିବାର ଉଚିତ ଦିଗ ହେଉଛି ଘରର ଐଶାନ୍ୟ କୋଣ ବା ଉତ୍ତର ପୂର୍ବ କୋଣ ।

ଏହି ଦିଗରେ ଘରେ କଇଁଛ ରଖିବା ଦ୍ଵାରା ଘର କୁ ଧନ ଆକର୍ଷିତ ହୋଇ ଆସିଥାଏ । କୌଣସି ଏକ ଜଳ ପୂର୍ଣ୍ଣ ପାତ୍ରରେ କଇଁଛ କୁ ଏପରି ଭାବରେ ରଖିବା ଉଚିତ, ଯେପରି କି କଇଁଛ ର ମୁହଁ ଉତ୍ତର ଦିଗ ହୋଇ ରହିବ । ଏହାସହ କଇଁଛ ଯେପରି ଜଳ ରେ ଅଧା ବୁଡି ହୋଇ ରହିବ ।

କଇଁଛ କୁ କିଣି ଘରକୁ ସବୁବେଳେ ଗୁରୁବାର ଦିନ ହିଁ ଆଣିବା ଶୁଭ ହୋଇଥାଏ । ଏହାସହ ସେହି କଇଁଛକୁ ଆଣିବା ମାତ୍ରେ ହିଁ ସର୍ବ ପ୍ରଥମେ କଇଁଛ ଓ ପାତ୍ର କୁ ଗଙ୍ଗା ଜଳରେ ଧୋଇ ପବିତ୍ର କରି ନିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ପ୍ରକାର ଧାତୁ ର କଇଁଛ ରେ ବାସ୍ତୁ ରେ ଥିବା ନକରାତ୍ମକତା କୁ ନାଶ କରିବାର ସକ୍ଷମତା ରହିଥାଏ ।

ଘରେ କାଚ ରେ ନିର୍ମିତ କଇଁଛ କୁ କାଚ ପାତ୍ର ରେ ରଖିବା ଦ୍ଵାରା ଘରେ ଧନ ବୃଦ୍ଧି ହୋଇଥାଏ । ଏହାକୁ କିନ୍ତୁ ପ୍ରତ୍ଯେକ ଦିନ ପୋଛା ପୋଛି କରି ସଫା ରଖିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନେ କଇଁଛ ସମ୍ବନ୍ଧୀୟ ଆଉ କିଛି ବିଷୟ ଜାଣିବାକୁ ଚାହୁଁଥିଲେ, ଆପଣ ଆମକୁ ତାହା ତଳେ କମେଣ୍ଟ ବକ୍ସରେ ଲେଖି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button