ପାନମଧୁରୀ ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ଜାଣିଲେ ଆପଣଙ୍କ ହୋସ ଉଡିଯିବ…
ନମସ୍କାର ବନ୍ଧୁଗଣ । ପାନମଧୁରୀ ଏକ ଏପରି ଖାଦ୍ୟ ପଦାର୍ଥ ଯାହାକି ଅତି ସହଜରେ ପ୍ରତ୍ଯେକ ଘରର ରୋଷେଇ ଘରୁ ମିଳି ଯାଇଥାଏ । କିନ୍ତୁ ଖୁବ କମ ଲୋକ ହିଁ ପାନମଧୁରୀ ର ଗୁଣ ବିଷୟ ରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ପାନମଧୁରୀ ର ଉପକାରିତା ବିଷୟରେ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ପାରନ୍ତି । କି ଏକ ପାନମଧୁରୀ ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ । ପାନମଧୁରୀ ର ମିଠା ସୁଗନ୍ଧ ଓ ତାହାର ସ୍ଵାଦ ସମସ୍ତ ଙ୍କୁ ପସନ୍ଦ ଆସିଥାଏ ।
ଖାଦ୍ୟ ଖାଇ ସାରିଲା ପରେ ସାମାନ୍ୟ ପାନମଧୁରୀ ର ସେବନ କରିବା ଦ୍ଵାରା ଏହା ଖାଦ୍ୟ କୁ ହଜମ କରିବାରେ ସହାୟତା କରିଥାଏ । ତାହା ବ୍ୟତିତ ଏହାର ସେବନ ଦ୍ଵାରା ପାଟି ର ଦୁର୍ଗନ୍ଧ ଦୂର ହୋଇଥାଏ ଓ ଦାନ୍ତ ମଧ୍ୟ ସଫା ରହିଥାଏ । ପାନମଧୁରୀ ର ପ୍ରତ୍ଯେକ ଦିନ ସେବନ କରିବା ଦ୍ଵାର କୋଷ୍ଟକାଠିନ୍ୟ ର ଭୟ ରହି ନ ଥାଏ ।
ପାନମଧୁରୀ ରେ ଏସିଡିଟି ଦୂର କରିବାର ଭୟ ନଥାଏ । ପାନମଧୁରୀ ରେ ଥିବା ଆସ୍ଫାଟିକ ଏସିଡ ନାମକ ତତ୍ଵ ଯୋଗୁଁ ଏହା ପେଟ ରେ ସୃଷ୍ଟି ହେଉଥିବା ଗ୍ଯାସ କୁ ନଷ୍ଟ କରିଥାଏ । ପାନମଧୁରୀ ରେ ରେ ଭିଟାମିନ C, ଆମୀନୋ ଏସିଡ, ମାୟାଗ୍ନେସିୟ ଆଦି ମିନେରାଲ୍ସ ପ୍ରଚୁର ପରିମାଣ ରେ ରହିଥାଏ । ଯାହାକି ଆଖି କୁ ସୁସ୍ଥ ରଖିଥାଏ ।
ପାନ ମାଧୁରୀ ମାଉଥ ଫ୍ରେସନର ର ମଧ୍ୟ କାମ କରିଥାଏ । ଏହା ପାଟି କୁ ସୁଗନ୍ଧିତ କରି ରଖିଥାଏ । ଏଥିରେ ଥିବା ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ଯୋଗୁଁ ଏହା ପାଟିରେ ଥିବା ବ୍ୟକ୍ଟେରିଆ ମାନଙ୍କୁ ନଷ୍ଟ କରି ଦେଇଥାଏ । ଫଳରେ ମଧ୍ୟ ମାଢି ସଂକ୍ରମଣ ର ଭୟ ରହି ନଥାଏ ।
ଦାନ୍ତ ମାଢି ଯନ୍ତ୍ରଣା ଜନିତ ସମସ୍ଯା ବା ଦାନ୍ତ ରେ ପୋକ ବା ପାଟି ରୁ ଦୁର୍ଗନ୍ଧ ଜନିତ ସମସ୍ଯା ଥିଲେ, ଆପଣ ଏକ ଗ୍ଳାସ ପାଣି ରେ ଏକ ଚାମଚ ପାନମଧୁରୀ ପକାଇ ତାହାକୁ ଭଲ ଭାବରେ କିଛି ସମୟ ଫୁଟାଇ ଛାଣି ନିଅନ୍ତୁ । ଏହା ଉଷୁମ ଥିବା ଅବସ୍ଥା ରେ କିଛି ସମୟ ପାଇଁ ଏହି ପାଣି ରେ କୁଳି କରନ୍ତୁ ।
ଏହା ଦ୍ଵାରା ପଟି ରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯାଏ । ମାସିକ ଧର୍ମ ର ସମୟ ରେ ପ୍ରତିଦିନ ସକାଳେ ପାନମଧୁରୀ ପାଣି ର ସେବନ ଦ୍ଵାରା ଏହା ମାସିକ ଯନ୍ତ୍ରଣା ରୁ ମଧ୍ୟ ମୁକ୍ତ କରିଥାଏ । ପାନମଧୁରୀ ରେ ନାଇଟ୍ରେଟ୍ ପ୍ରଚୁର ପରିମାଣ ରେ ଥାଏ । ତେଣୁ ଏହା ଶରୀର ରେ ରକ୍ତ କୋସିକା ମାନଙ୍କୁ ତିଆରି କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ତାହାଛଡା ଏହାର ସେବନ ଦ୍ଵାରା ହାର୍ଟ ବିଟି ମଧ୍ୟ ଠିକ ଭାବରେ ଚାଲିଥାଏ । ଏହାସହ ପାନମଧୁରୀ ବ୍ରଣ ହେବାରୁ ମଧ୍ୟ ରକ୍ଷା ଅକରିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ