ଦେଶ- ବିଦେଶ

କେଉଁ ବୟସରୁ ରଖିପାରିବେ ଶାରୀରିକ ସମ୍ପର୍କ? ଜାଣନ୍ତୁ କଣ କହୁଛି ଆଇନ…


ଦିନକୁ ଦିନ ସମୟ ବଦଳିବା ସହ ଆଇନି କାନୁନ ମଧ୍ୟ ବଦଳିବାରେ ଲାଗିଛି, ଏମିତି ବି ସମୟ ଥିଲା ଯେଉଁଠି ନାବାଳକ ଓ ନାବାଳିକାଙ୍କୁ ସହମତିରେ ଯୌନ ସମ୍ପର୍କ ରଖିବାକୁ ଆଇନ ଅନୁମତି ପ୍ରଦାନ କରିଥିଲା। କିନ୍ତୁ ସମୟ ବଦଳିବା ସହିତ ଆଇନ କାନୁନ ମଧ୍ୟ ବଦଳୁଛି, ତେବେ କେଉଁ ବୟସରୁ ରଖିପାରିବେ ଶାରୀରିକ ସମ୍ପର୍କ ଏହି ପ୍ରସଙ୍ଗକୁ ନେଇ କଣ କହୁଛି ଆଇନ ଆସନ୍ତୁ ଜାଣିବା…

କିଛି ଦିନ ପୂର୍ବେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଡ଼ ଏକ ମାମଲା ଶୁଣାଣୀ କରି କହିଥିଲେ ଯେ ପୋକ୍ସୋ ଆକ୍ଟ (Pocso Act) ଅନୁଯାୟୀ ସହମତିରେ ଶାରିରୀକ ସମ୍ପର୍କ (Physical Relation) ରଖିବା ବୟସ ଉପରେ ସଂସଦରେ ଆଲୋଚନା କରିବାକୁ ସରକାରଙ୍କୁ ପରାମର୍ଶ ବି ଦେଇଥିଲେ।

ମୁଖ୍ୟ ବିଚାରପତିଙ୍କ କହିବା ଅନୁଯାୟୀ ଦୁଷ୍କର୍ମ ମାମଲାରେ ଯୁବକମାନଙ୍କ ସମ୍ପୃକ୍ତି ଥିବା ନେଇ ଆସୁଛି। ତେବେ ସେହି ଘଟଣାରେ ସହମତିରେ ସମ୍ପର୍କ ସ୍ଥାପନ ହୋଇଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇ ପଡ଼ୁଛି। ଏଭଳି ସ୍ଥିତିରେ ଶୁଣାଣୀ କରିବା କଷ୍ଟକର ହୋଇ ପଡ଼ୁଥିବା ନେଇ ସେ କହିଥିଲେ। ସହମତିରେ ଶାରିରୀକ ସମ୍ପର୍କ ରଖିବା ପାଇଁ ବୟସ ସୀମା କେତେ ହେବା ଜରୁରୀ ବୋଲି ସେ ଏମିତି ମଧ୍ୟ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ସ୍ୱାଧୀନତା ପରେ ଅର୍ଥା ୧୯୪୭ରୁ ୨୦୧୨ ପର୍ଯ୍ୟନ୍ତ ସହମତିରେ ଶାରିରୀକ ସମ୍ପର୍କ ପାଇଁ ବୟସ ସୀମା ୧୬ ରହିଥିଲା। ୨୦୧୨ ମସିହାରେ ପୋକ୍ସ ଆଇନରେ ପରିବର୍ତ୍ତନ ହେବା ସହିତ ଏହା ୧୮ ବର୍ଷକୁ ବଢ଼ାଇ ଦିଆଯାଇଥିଲା।

ନିକଟରେ ସାମ୍ନାକୁ ଆସିଥିବା ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ ୩୯ ପ୍ରତିଶତ ମହିଳା ସ୍ୱିକାର କରିଛନ୍ତି କି ସେ ୧୮ ବର୍ଷରେ ପାଦ ଦେବା ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରି ସାରିଥିଲେ। ଏପରିକି ୨୫ ରୁ ୪୯ ବୟସର ମହିଳା ବର୍ଗଙ୍କ ମଧ୍ୟରୁ ୧୦ ପ୍ରତିଶତ ମହିଳା ଏହା ମଧ୍ୟ ସ୍ୱିକାର କରିଛନ୍ତି କି ୧୫ ବର୍ଷ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରି ସାରିଥିଲେ। ତେବେ ଆସନ୍ତୁ ଜାଣିବା ଭାରତ ଛଡା ସମଗ୍ର ବିଶ୍ୱରେ କେଉଁ ବୟସରୁ ରଖିପାରିବେ ଶାରୀରିକ ସମ୍ପର୍କ..

Related Articles

Leave a Reply

Your email address will not be published. Required fields are marked *

Back to top button