ମନୋରଞ୍ଜନ

ବିଗବସ ଓଟିଟି ସିଜନ-୩ରେ ନଜର ଆସିବେ ଭଇରାଲ ବଡ଼ା ପାୱ ଗାର୍ଲ – Kalinga News

[ad_1]

ନୂଆଦିଲ୍ଲୀ: କିଛିଦିନ ହେବ ଦିଲ୍ଲୀରେ ବଡ଼ା ପାୱ ବିକ୍ରି କରୁଥିବା ଜଣେ ମହିଳା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ପରିସରରେ ଅଛନ୍ତି।

ବଡ଼ା ପାୱ ଗାର୍ଲ ନାମରେ ଚର୍ଚ୍ଚାକୁ ଆସିଥିବା ମହିଳାଙ୍କ ବାସ୍ତବ ନାମ ହେଉଛି ଚନ୍ଦ୍ରିକା ଗେରା ଦୀକ୍ଷିତ । ଯିଏକି ଦିଲ୍ଲୀରେ ନିଜର ଏକ ଠେଲା ଲଗାଇ ବଡ଼ା ପାୱ ବିକ୍ରି କରନ୍ତି। ଚନ୍ଦ୍ରିକାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏହି ସଂଘର୍ଷକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଳିତ ଭାବେ ସାମ୍ନା କରିଛନ୍ତି। ‌ଯେଉଁଥିପାଇଁ ଆଜି ଚନ୍ଦ୍ରିକାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାକୁ ଲାଗିଛି।

କୁହାଯାଉଛି କି ଚନ୍ଦ୍ରିକା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୂର୍ବ ଅପେକ୍ଷା ତାଙ୍କ ଦୋକାନରେ ପ୍ରବଳ ଭିଡ଼ ଜମୁଛି। ଏମିତି କି ତାଙ୍କ ବଡ଼ା ପାୱ ଖାଇବାକୁ ବିଦେଶରୁ ବି ଲୋକେ ଆସୁଥିବା ଜଣାପଡ଼ିଛି। ଏହି କ୍ରମରେ ଚନ୍ଦ୍ରିକାଙ୍କୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି।

ଚଳିତଥର ଜୁନ ୨୧ ତାରିଖରେ  ଜିଓ ସିନେମାଆପରେ ରିଲିଜ ହେବାକୁ ଥିବା ‘ବିଗବସ ଓଟିଟି ସିଜନ-୩’ରେ ଭାଇରାଲ ବଡ଼ା ପାୱ ଗାର୍ଲ ଚନ୍ଦ୍ରିକା ଗେରା ଦୀକ୍ଷିତଙ୍କୁ ଦେଖିବାକୁ ମିଳିବ। ବିଗବସ ଓଟିଟି ସିଜନ-୩’ରେ ସାମିଲ ହେବାକୁ ଥିବା ପ୍ରତିଯୋଗୀଙ୍କ ତାଲିକା ସାମ୍ନାକୁ ଆସିବା ପରେ ଏଥିରେ ଚନ୍ଦ୍ରିକାଙ୍କ ନାମ ଥିବା ଦେଖି  ତାଙ୍କ ଫ୍ୟାନ୍ସ ଓ ବଡ଼ା ପାୱ ପ୍ରେମୀ ଖୁବ ଖୁସି ହୋଇଯାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button