ଅନ୍ୟ ସହ ଅନୈତିକ ସମ୍ପର୍କ ରଖିଛନ୍ତି ସ୍ବାମୀ, ଜାଣିବା ପରେ ଛାଡ଼ପତ୍ର ଦେବେ ଇଶା ! – Kalinga News

[ad_1]
ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ ତାଙ୍କ ଅଭିନୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି। ଏବେ ଇଶା ଦେଓଲଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ରହିବା ଆରମ୍ଭ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ବଲିଉଡ ଲାଇଫ ଏବଂ ବଲିଉଡ ଶାଦି ଡଟ୍ କମରେ ପ୍ରକାଶିତ ଖବର ଅନୁଯାୟୀ, ରେଡିଟରେ ଜଣେ ବ୍ୟବହାରକାରୀ ଏକ ପୋଷ୍ଟ କରି ଇଶା ଓ ଭରତ ଅଲଗା ରହୁଥିବା ନେଇ ଲେଖିବା ପରେ ଏହି ଖବର ସାମ୍ନାକୁ ଆସିଥିଲା। ପୋଷ୍ଟରେ ଲେଖାଯାଇଥିଲା ଯେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ରହିବା ଆରମ୍ଭ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ସର୍ବସାଧାରଣରେ ଏକାଠି ଦେଖିବାକୁ ପାଉନାହାନ୍ତି ଦର୍ଶକ। କେବଳ ଏତିକି ନୁହେଁ, ଏହି ପୋଷ୍ଟରେ ରେଡିଟ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଭରତ ତାଙ୍କ ପତ୍ନୀଙ୍କୁ ଅନ୍ୟ ମହିଳାଙ୍କ ପାଇଁ ଧୋକା ଦେଇଛନ୍ତି।

ବ୍ୟବହାରକାରୀ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ନୂଆ ବର୍ଷ ଦିନ ବେଙ୍ଗାଲୁରୁର ଏକ ପାର୍ଟୀରେ ଇଶାଙ୍କ ସ୍ୱାମୀ ଭରତଙ୍କୁ ଦେଖିଥିଲେ। ସେଠାରେ ସେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କ ସହିତ ଥିଲେ। ଏହି କାରଣରୁ ଇଶା ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଓଲ ପରିବାରର କୌଣସି ସଦସ୍ୟ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହି କାରଣରୁ ଖବରକୁ ନେଇ ସ୍ପଷ୍ଟୀକରଣ ମିଳିପାରିନାହିଁ।
[ad_2]