ମନୋରଞ୍ଜନ

ବିବାହ ପୂର୍ବରୁ ଦୁଇଥର ବ୍ରେକଅପ୍ ହେବା କଷ୍ଟକୁ ବଖାଣିଲେ ଅକ୍ଷୟ – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଟୁଇଙ୍କଲ ଖନ୍ନା ବି-ଟାଉନର ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ।  ଅକ୍ଷୟ ଓ ଟୁଇଙ୍କଲ ଦୁହେଁ ନିଜର ବୈବାହିକ ଜୀବନରେ ବେଶ ଖୁସିରେ ଅଛନ୍ତି।

ଅକ୍ଷୟ ନିକଟରେ ରଣବୀର ଅଲ୍ଲାହବାଦିଆ ପାଡକାଷ୍ଟରେ କହିଛନ୍ତି,‘ ମୁଁ ଟୁଇଙ୍କଲଙ୍କୁ ବିବାହ କରିବା ପୂର୍ବରୁ ମୋର ୨/୩ଥର ବ୍ରେକଅପ ହୋଇଥିଲା। ଏହି ବ୍ରେକଅପ ସମୟ ମୋ ପାଇଁ ବହୁତ କଷ୍ଟର ସମୟ ଥିଲା। ବ୍ରେକଅପ ହୋଇଗଲେ ମୋ ଭିତରେ କ୍ରୋଧ ଭରିଯାଏ। ତେଣୁ ଏଥିରୁ ମୁକୁଳିବା ପାଇଁ ମୁଁ ଏହି ସମୟରେ ଅଧିକରୁ ଅଧିକ ବ୍ୟାୟାମ କରିଥାଏ। କିଛି କାମ ନଥିଲେ ବି କାମ ବାହାର କରି ନିଜକୁ ବ୍ୟସ୍ତ ରଖିଥାଏ।   ’

ଅକ୍ଷୟ କୁମାର ୨୦୦୧ରେ ଟୁଇଙ୍କଲ ଖନ୍ନାଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ଶିଳ୍ପା ସେଟ୍ଟୀ, ରବିନା ଟଣ୍ଡନ ଓ ପୂଜା ବତ୍ରାଙ୍କ ସହିତ ସେ ସମ୍ପର୍କରେ ଥିଲେ। ଟୁଇଙ୍କଲଙ୍କ ସହ ଅକ୍ଷୟଙ୍କ ବିବାହକୁ ୨୩ବର୍ଷ ପୁରା ହୋଇସାରିଛି। ସେ ତାଙ୍କ ସ୍ତ୍ରୀ ଓ ଦୁଇପିଲାଙ୍କୁ ନେଇ ବେଶ ଖୁସିରେ ଜୀବନ କାଟୁଛନ୍ତି। ଅକ୍ଷୟଙ୍କୁ ଯେତେବେଳେ ବି ସୁଯୋଗ ମିଳେ ସେ ସ୍ତ୍ରୀ ଟୁଇଙ୍କଲଙ୍କ ଖୁବ ପ୍ରଶଂସା କରିଥାଆନ୍ତି।

ଅକ୍ଷୟଙ୍କ କର୍ମମୟ ଜୀବନ କଥା କହିଲେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ଥିବା ବେଳେ ଆଗ‌ାମୀ ଦିନରେ ତାଙ୍କର ଏକାଧିକ ସିନେମା ଆସିବାକୁ ଯାଉଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button