ଦେଶ- ବିଦେଶ

ଭାରତର ଏହି ଷ୍ଟେସନରେ ଭୂତ ଭୟ, ୪୨ ବର୍ଷରୁ ରହୁନି ଟ୍ରେନ୍, ଭୟରେ ଲୋକେ ବନ୍ଦ କରିଦିଅନ୍ତି ଟ୍ରେନ୍ ଝରକା, ଜାଣନ୍ତୁ କଣ ରହିଛି ରହସ୍ୟ

ଆପଣ ମାନେ କେବେ ନା କେବେ ଟ୍ରେନ ରେ ଯାତ୍ରା କରିଥିବେ । ଭାରତରେ ଟ୍ରେନ ଷ୍ଟେସନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ । କଣ ଆପଣ ଜାଣନ୍ତିି କି ଭାରତରେ ଏପରି କିଛି ଷ୍ଟେସନ ରହିଛି ଯେଉଁଠାରେ ନା ଟ୍ରେନ ରୁହେ ନା କେଉଁ ଯାତ୍ରି ଓଲ୍ହାନ୍ତି ବା ଚଢନ୍ତି । ସେହି ରେଲୱେ ଷ୍ଟେସନ୍ ରେ ରେଲୱେ ଅଫିସର୍ ମାନେ ଦିନରେ ମଧ୍ୟ ରହିବାକୁ ଭୟ କରନ୍ତି ।

ଆମେ ଆଜି ଆପଣଙ୍କୁ ଏପରି ଏକ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ , ଯାହା ଦୀର୍ଘ ୪୪ ବର୍ଷ ଧରି ବନ୍ଦ ପଡ଼ିଥିଲା । ଏହାକୁ ହଣ୍ଟେଡ ରେଲୱେ ଷ୍ଟେସନ ମଧ୍ୟ କୁହାଯାଏ ।Begunkodar

ଏଠାରେ ଟ୍ରେନ୍ ରହିବା ତ ଦୂରର କଥା ବରଂ ଏହି ବାଟ ଦେଇ ଟ୍ରେନ୍ ଯିବା ସମୟରେ ବେଗ ଅଧିକ ଦ୍ରୁତ ଗତିରେ ଯାଇଥାଏ । ଏହି ରେଲୱେ ଷ୍ଟେସନ୍ ପଛର କାହାଣୀ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆସନ୍ତୁ ଜାଣିବା କଣ ରହିଥିଲା ଏହା ପଛର କାହାଣୀ………

ଶୁଣିବାକୁ ମିଳେ ୧୯୬୭ ମସିହାରେ ଏହି ରେଲୱେ ଷ୍ଟେସନ୍ ର ଷ୍ଟେସନ୍ ମାଷ୍ଟର ସେଠାରେ ଏକ ଭୂତ ଦେଖି ମୃତ୍ୟୁ ବରଣ କରିଥିଲେ । ଏପରି ଅନେକ କିଛି ଘଟଣା ରହିଛି ଏହି ରେଲୱେ ଷ୍ଟେସନ୍ କୁ ନେଇ । କୁହାଯାଏ ସେଠାରେ ରାତ୍ରି ହେବା ମାତ୍ରେ ବିଭିନ୍ନ ଭୟଙ୍କର ଶବ୍ଦ ଶୁଣାଯିବା ସହିତ ଅନେକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥାଏ । ଯେଉଁଥି ପାଇଁ ଏହାକୁ ୪୪ ବର୍ଷ ଧରି ବନ୍ଦ୍ ରଖା ଯାଇଥିଲା ।

ଏହି ଷ୍ଟେସନ୍ ଟି ପଶ୍ଚିମବଙ୍ଗ ରାଜ୍ୟର କୁରୁଳିଆ ଜିଲ୍ଲାରେ ଅବସ୍ଥିତ । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ରେଲୱେ ଷ୍ଟେସନ୍ କୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୋଲିସ୍ ଏଠାରେ ଦିନ ରାତି ଡ୍ୟୁଟି କରିବା ସହିତ କଥାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା । ପୋଲିସ୍ ସନ୍ଧାନରୁ ଯାହା ଜଣା ପଡିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

Begunkodar

ପୋଲିସ୍ ଜାଣିବାକୁ ପାଇଥିଲା ଯେ ସେଠାରେ କୌଣସି ଭୂତ ପ୍ରେତ ନାହାନ୍ତି । ବରଂ ସ୍ଥାନୀୟ ଲୋକ ମାନେ ଏପରି କରୁଥିଲେ । ସମସ୍ତଙ୍କୁ ଡରାଇ ଷ୍ଟେସନ୍ ର ସମ୍ପତ୍ତି ଚୋରି କରି ନେବା ପାଇଁ ସ୍ଥାନୀୟ ଲୋକ ମାନେ ଏପରି ଯୋଜନା ପ୍ରସ୍ତୁତ କରିଥିଲେ । କଥାର ସତ ଜାଣିବା ପରେ ସେହି ଷ୍ଟେସନ୍ ରେ ଲୋକ ମାନେ ବିନା ଭୟରେ ଯାତ୍ରା କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button