ତେଲଦର ବୃଦ୍ଧି ବିରୋଧରେ ବିକ୍ଷୋଭ ବେଳେ ବିଜେପି ନେତାଙ୍କ ମୃତ୍ୟୁ – Kalinga News
[ad_1]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କରିଛନ୍ତି। ଏହାବିରୋଧରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାନ ପରିଷଦ ସଦସ୍ୟ ଏମ୍ବି ଭାନୁପ୍ରକାଶଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ବିକ୍ଷୋଭ ସ୍ଥଳରେ ସେ ଅସୁସ୍ଥ ଅନୁଭବ କରିବାରୁ ନିଜ କାର୍ରେ ବସିବାକୁ ଯାଉଥିଲେ। କାର୍ କବାଟ ଖୋଲିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ଘଟିଛି। ଏହି ଘଟଣାରେ ରାଜ୍ୟ ସଭାପତି ବିୱାଇ ବିଜୟେନ୍ଦ୍ର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାର ପେଟ୍ରୋଲ୍ ଉପରେ ୨୯.୮୦ ପ୍ରତିଶତ ଓ ଡିଜେଲ୍ ଉପରେ ୧୮.୪୪ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି।
[ad_2]