ଜ୍ୟୋତିଷ

ରାଶି ଅନୁସାରେ କେଉଁ ଦେବୀ ଦେବତା ଙ୍କୁ ପୂଜା କରିବା ଉଚିତ, ଜାଣନ୍ତୁ

ହେଲେ ଯଦି ଆପଣ ନିଜ ରାଶି ହିସାବରେ କିଛି ଦେବା ଦେବୀଙ୍କୁ ପୂଜା କରିବେ, ତେବେ ଆପଣଙ୍କୁ ବହୁତ ଫାଇଦା ମିଳିବ ।ସବୁ ରାଶିର ଲୋକମାନଙ୍କର କିଛି ଖାସ ସମସ୍ୟା ରହିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ନିଜ ରାଶି ହିସାବରେ ଦେବା ଦେବୀଙ୍କୁ ପୂଜା କରିବା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମେଷ ରାଶି- ଏହି ରାଶିର ଜାତକମାନଙ୍କର ଭାଗ୍ୟ ଅଧିକାଂଶ ଖରାପ ରହିଥାଏ, ତେଣୁ ଏମାନଙ୍କୁ ଗଣେଶ ଭଗବାନଙ୍କ ଆରାଧନା କରିବା ଉଚିତ । ବୃଷ ରାଶି – ଏହି ରାଶିର ଜାତକଙ୍କୁ ଏକ ସଠିକ ମାର୍ଗ ଦର୍ଶନର ଆବଶ୍ୟକତା ରହିଥାଏ । ସେଥିପାଇଁ ଏମାନଙ୍କୁ ସବୁବେଳେ ସକାଳେ ଉଠିଲା ପରେ ଓ ରାତିରେ ଶୋଇବା ପୂର୍ବରୁ ରାମଙ୍କର ନାମ ଜପ କରିବା ଉଚିତ ।

ମିଥୁନ ରାଶି – ଏମାନଙ୍କର ପ୍ରାୟତଃ ଆର୍ଥିକ ପରିସ୍ଥିତି ଭଲ ନଥାଏ । ତେଣୁ ଏମାନେ ମା ଲକ୍ଷ୍ମୀଙ୍କୁ ଆରାଧନା କରିବା ଉଚିତ । କର୍କଟ ରାଶି – ଏହି ରାଶିର ଲୋକମାନଙ୍କ ଉପରେ ଶିବଙ୍କର କୃପା ରହିଥାଏ । ତେଣୁ ଏହି ରାଶିର ଜାତକମାନଙ୍କୁ ପ୍ରତି ସୋମବାର ଦିନ ଶିବଙ୍କୁ ଆରାଧନା କରିବା ଉଚିତ ।

ସିଂହ ରାଶି – ଏହି ରାଶିର ଜାତକଙ୍କ ପାଇଁ ବିଷ୍ଣୁ ଭଗବାନଙ୍କ ପୂଜା କରିବା ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ଵାରା ତାଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆସିଥାଏ । କନ୍ୟା ରାଶି – ସବୁ ସଙ୍କଟରୁ ବଞ୍ଚିବା ପାଇଁ ଏହି ରାଶିର ଲୋକମାନଙ୍କୁ ସଙ୍କଟ ମୋଚନ ଶ୍ରୀ ହନୁମାନଙ୍କର ପୂଜା କରିବା ଉଚିତ ।

ମକର ରାଶି – ଏହି ରାଶିର ଜାତକମାନଙ୍କୁ ମା ସରସ୍ଵତୀଙ୍କ ଆରାଧନା କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ବୁଦ୍ଧିର ବିକାଶ ହେବ ଓ ଏମାନେ ଜୀବନରେ ସଫଳତା ହାସଲ କରିବେ । ତୁଳା ରାଶି – ହି ରାଶିର ଲୋକମାନଙ୍କୁ ଶନି ଦେବତାଙ୍କ ଆରାଧନା କରିବା ଉଚିତ । କାରଣ ଏହା ଦ୍ଵାରା ସେମାନେ ଶତୃ ଉପରେ ବିଜୟ ଲାଭ କରିବେ ।

ଧନୁ ରାଶି – ଏହି ଲୋକ ଶିବ ଓ କୃଷ୍ଣ ଭଗବାନଙ୍କର ପୂଜା ପାଠ କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ଜୀବନ ସୁଖମୟ ହୋଇଥାଏ । ବିଛା ରାଶି  – ଏମାନଙ୍କୁ ପ୍ରତି ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାଇବା ଉଚିତ । ଏହା ଦ୍ଵାରା ସେମାନଙ୍କର ଦୁର୍ଭାଗ୍ୟ ଦୂର ହେବା ସହ ସେମାନେ ସଫଳତା ପାଇବେ ।

କୁମ୍ଭ ରାଶି – ଏହି ରାଶିର ଜାତକଙ୍କୁ ମା’ ଦୂର୍ଗାଙ୍କର ପୂଜା କରିବା ଉଚିତ । ମା ଦୂର୍ଗାଙ୍କ ଆଶୀର୍ବାଦରେ ଆପଣ ବହୁତ ଶୀଘ୍ର ସଫଳତା ପାଇବେ । ମୀନ ରାଶି – ଏହି ରାଶିର ଜାତକଙ୍କୁ ଭଗବାନ ଗଣେଶ ଓ ଶିବଙ୍କର ପୂଜା କରିବା ଉଚିତ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button