ମନୋରଞ୍ଜନ

ସବ୍ୟସାଚୀଙ୍କ ନୂଆ ସିନେମା – Kalinga News

[ad_1]

ଓଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏକ ନୂଆ ଓଡ଼ିଆ ସିନେମାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାର କଥାବସ୍ତୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ ଉପରେ ଆଧାରିତ। ଫିଲ୍ମର ସଂଳାପ ରଚନା କରିଛନ୍ତି ଜଣାଶୁଣା ଲେଖକ ଡକ୍ଟର ରଜନୀରଂଜନ। ସବ୍ୟସାଚୀ ମିଶ୍ର ଏଥିରେ ନାୟକ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସେ କହିଛନ୍ତି ସ୍କ୍ରିପ୍ଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫିଲ୍ମର କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ତେବେ ଫିଲ୍ମଟି ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ।

ପାଖାପାଖି ୫ ଦଶକ ଧରି ଓଡ଼ିଆ ସିନେଜଗତରେ ସକ୍ରିୟ ଅଛନ୍ତି ସବ୍ୟସାଚୀ। ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ ଚଳଚ୍ଚିତ୍ରରୁ ସିନେଜଗତ ସହ ଜଡ଼ିତ ହୋଇଥିଲେ ସେ। ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ୧୯୮୬ରେ ମୁକ୍ତିଲାଭ କରିଥିବା ‘ସବୁ ମାୟାରେ ବାୟା’। ତା’ପରେ ସବ୍ୟସାଚୀ ‘ଭୂଖା’ (୧୯୮୯), ‘ଝିଲ୍ଲୀ’ (୧୯୯୬), ‘ବୋଉ’ (୧୯୯୮), ‘ବାହୁଡ଼ିବେ ମୋ ଜଗାବଳିଆ’ (୨୦୦୩), ଶ୍ରୀଜଗନ୍ନାଥ (୨୦୦୭), ଶଲାବୁଢ଼ା (୨୦୧୩), ଆଦିମ ବିଚାର (୨୦୧୪), ପାହାଡ଼ର ଲୁହ (୨୦୧୬) ଏବଂ ଶଲାବୁଢ଼ାର ବଦଲା (୨୦୨୦) ଆଦି ଓଡ଼ିଆ ଓ ସମ୍ବଲପୁରୀ ଏବଂ ବହୁଭାଷୀ ସିନେମା ନିର୍ମାଣ କରିଥିଲେ। ବର୍ତ୍ତମାନ ସେ ତାଙ୍କର ନୂଆ ସିନେମା କାମରେ ବ୍ୟସ୍ତ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button