ଖେଳ ଖବର

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ – Kalinga News

[ad_1]

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ । ଫୋର୍ଟ ଲୌଡେରଡେଲରେ ଫସି ରହିଛି ଶ୍ରୀଲଙ୍କା ଟିମ୍ । ଏଠାକାର ଷ୍ଟାଡିୟମରେ ବିଶ୍ବକପର ୩ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବାର ରହିଛି । ଭାରତ, ପାକିସ୍ତାନ ଓ ଆମେରିକାର ମ୍ୟାଚ୍ ଖେଳାଯିବ । ପୂର୍ବରୁ ବର୍ଷା ଯୋଗୁଁ ଶ୍ରୀଲଙ୍କା-ନେପାଳ ମ୍ୟାଚ୍ ବାତିଲ ହୋଇଥିଲା । ବର୍ତ୍ତମାନର ସ୍ଥିତି ଯୋଗୁଁ ଦକ୍ଷିଣ ଫ୍ଲୋରିଡାରେ ଶହେରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଛି । ପୂରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଟି୨୦ ବିଶ୍ୱକପରେ ଆଗାମୀ ମ୍ୟାଚ ଆମେରିକା ଏବଂ ଆୟରଲାଣ୍ଡ ବିପକ୍ଷରେ ରହିଛି । ଯଦି ଏହି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୁଏ, ତେବେ ପାକିସ୍ତାନ ଟି୨୦ ବିଶ୍ୱକପରୁ ବିଦା ହେବା ନିଶ୍‌ଚିତ । ଆଉ ଯଦି ଆମେରିକା ଏହି ମ୍ୟାଚ ଜିତିଯାଏ, ତେବେ ପାକିସ୍ତାନର ରାସ୍ତା ବନ୍ଦ । ତେଣୁ ପାକିସ୍ତାନ ଆୟରଲାଣ୍ଡ ଟିମ୍‌ ଜିତୁ ବୋଲି ଆଶା ରଖିଛି ।

ଶ୍ରୀଲଙ୍କା ତାର ପରବର୍ତ୍ତୀ ମ୍ୟାଚ୍ ସୋମବାର ଦିନ ନେଦରଲାଣ୍ଡସ ସହିତ ସେଣ୍ଟ ଲୁସିଆ ଠାରେ ଖେଳିବ । ଯଦିଓ ତାର ଦୁଇଟି ଯାକ ମ୍ୟାଚ୍ ଶ୍ରୀଲଙ୍କା ହାରି ସାରିଛି ତଥାପି ସୁପର ଏଇଟକୁ ଯିବାର ସମ୍ଭାବନା ରହିଛି ।

ସେପଟେ ଗ୍ରୁପ୍ ‘ଏ’ ରେ ଉଭୟ ପାକିସ୍ତାନ ଓ ଆମେରିକା ସମାନ ସ୍ଥିତିରେ ରହିଛନ୍ତି। ଯଦି ଆମେରିକା ଓ ଆୟର୍ଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଏ ତେବେ ପାକିସ୍ତାନକୁ ପଛରେ ପକାଇ ଆମେରିକାର ସୁପର ୮ରେ ପହଞ୍ଚିବ । ଯଦି ଆମେରିକା ହାରିଯାଏ ତେବେ ପାକିସ୍ତାନ ଉନ୍ନୀତ ହେବ । ପୂର୍ବରୁ ଏହି ଗ୍ରୁପରେ ଭାରତ ସୁପର୮କୁ ଉନ୍ନୀତ ହୋଇ ସାରିଛି ।

The post ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button