ଫ୍ରାଇଡେ ରିଲିଜ୍: ‘କୁହୁଡ଼ି’ ଓ ‘ଚନ୍ଦ୍ରବଂଶୀ’ର ଟକ୍କର – Kalinga News

[ad_1]
ଭୁବନେଶ୍ବର: ଶୁକ୍ରବାର ପହିଲି ରଜ। ରଜକୁ ଆଖିରେ ରଖି ଦୁଇଟି ଓଡ଼ିଆ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ରଜ ପୂର୍ବରୁ ‘ଟିକେ ଟିକେ ଅଚିହ୍ନା ତୁ’ ଓ ‘ପାବାର୍’ ରିଲିଜ୍ ହୋଇଥିବା ବେଳେ ଶୁକ୍ରବାର ‘ଚନ୍ଦ୍ରବଂଶୀ’ ଓ ‘କୁହୁଡ଼ି’ ମୁକ୍ତିଲାଭ କରିବ। ଆସନ୍ତାକାଲି ହିନ୍ଦୀ ଫିଲ୍ମ ‘ଚନ୍ଦୁ ଚାମ୍ପିଅନ୍’ ମଧ୍ୟ ରିଲିଜ୍ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟାମେରା କୁଇନ୍ ପ୍ରଡକ୍ସନ ନିବେଦିତ ଓଡ଼ିଆ ସିନେମା ‘କୁହୁଡ଼ି’ରେ ମେଗାଷ୍ଟାର ଅନୁଭବ ମହାନ୍ତି ଅଦାଲତରେ ଲଢ଼େଇ କରି କୁହୁଡ଼ି ଚିରି ସତ୍ୟ ଉପରୁ ପରଦା ଉଠାଇଛନ୍ତି। ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର, ଦୀପନ୍ବିତ ଦାଶମହାପାତ୍ର ଓ କୁନା ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି। ହିମାଦ୍ରିତନୟା ଦାସ ଏହାର ପ୍ରଯୋଜନା କରିଥିବାବେଳେ ମାନସ ପଢ଼ିହାରୀ, ଅମିତ କୁମାର ଦାସ କାହାଣୀ ଲେଖିଛନ୍ତି। ସଂଗୀତ ଦେଇଛନ୍ତି ସୋମେଶ ଶତପଥୀ। ରାଜଧାନୀର ଏସ୍ପ୍ଲାନେଡ୍, କେଶରୀ ଓ ମହାରାଜାରେ ଏହାର ଗୋଟିଏ କରି, ଉତ୍କଳ କନିକା ଗ୍ୟାଲେରିଆ ଓ ଡିଏନ୍ ରେଗାଲିଆରେ ୩ଟି ଏବଂ ସିମ୍ଫୋନି ମଲ୍, ସ୍ବାତୀ ସିନେ କମ୍ପ୍ଲେକ୍ସ ଓ ବିଏମ୍ସି ଭବାନୀ ମଲ୍ରେ ୨ଟି ଲେଖାଏ ସୋ’ ଲାଗିଛି।
ସେହିପରି ଭିନ୍ନ ସ୍ବାଦର କାହାଣୀ ଓ ଏକାଧିକ ଷ୍ଟାର୍ଙ୍କୁ ନେଇ ଶୁକ୍ରବାର ପରଦାକୁ ଆସୁଛି ଫିଲ୍ମ ‘ଚନ୍ଦ୍ରବଂଶୀ’। ‘ଚନ୍ଦ୍ରବଂଶୀ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିଜ୍ଞ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ଶ୍ରୀତମ ଦାସ, ରାଜେଶ ରାଜ, ଅଶ୍ବିନୀ ତ୍ରିପାଠୀ, ଉଷଶୀ ମିଶ୍ର, ପୁନମ ମିଶ୍ର, ଲିପ୍ସା ମିଶ୍ର ଓ ଯସ୍ମିନୀ ରଥ ପ୍ରମୁଖ। ସୁନୀଲ ସାହୁ ଓ ପ୍ରୀତମ ସାହୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ୟଶବର୍ଦ୍ଧନ ପଣ୍ଡା। ଆଜାଦ୍ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ରାଜଧାନୀରେ ଏସ୍ପ୍ଲାନେଡ୍, ଉତ୍କଳ କନିକା ଗ୍ୟାଲେରିଆ ଓ ଡିଏନ୍ ରେଗାଲିଆରେ ଏହାର ସୋ’ ରହିଛି।
ଭାରତର ପ୍ରଥମ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ବିଜେତା, ଦେଶର ବୀର ଯବାନ ତଥା ପଦ୍ମଶ୍ରୀ ମୁରଲୀକାନ୍ତ ପେଟକରଙ୍କ ସଂଘର୍ଷପୂର୍ଣ୍ଣ ଜୀବନକାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ‘ଚନ୍ଦୁ ଚାମ୍ପିଅନ୍’। ‘ବଡ଼ ହେଲେ ଚାମ୍ପିଅନ୍ ହେବି’ ବୋଲି ସ୍କୁଲ୍ରେ କହିବାରୁ ତାଙ୍କୁ ସମସ୍ତେ ଚନ୍ଦୁ ଚାମ୍ପିଅନ୍ କହି ଚିଡ଼ାଉଥିଲେ। ଦିନ ଆସିଲା ସେ ଭାରତୀୟ ସେନାରେ ଯୋଗଦେଲେ। ୧୯୬୫ ଭାରତ ପାକିସ୍ତାନ ଯୁଦ୍ଧରେ ଆହତ ହୋଇ ୨ବର୍ଷ କୋମାରେ ରହିଲେ। ଚେତା ଆସିବା ପରେ ସେ ବକ୍ସିଂ, ସଟ୍ପୁଟ୍, ଟେନିସ୍, ଜାଭ୍ଲିନ୍, ଟେବୁଲ୍ ଟେନିସ୍ ଓ ସୁଇମିଂରେ ଚର୍ଚ୍ଚାକୁ ଆସିଥିଲେ। ଏହି ଫିଲ୍ମରେ ମୁରଲୀକାନ୍ତ ପେଟକରଙ୍କ ଭୂମିକାରେ ଅଭିନୟ କରିଛନ୍ତି କାର୍ତ୍ତିକ ଆର୍ୟନ୍। ତାଙ୍କ ସହିତ ରାଜପାଲ୍ ଯାଦବ, ଭୂବନ ଅରୋଡ଼ା ଓ ବିଜୟ ରାଜ୍ ପ୍ରମୁଖ ଅନ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ଏସ୍ପ୍ଲାନେଡ୍ରେ ୧୨ଟି ସୋ’, ଉତ୍କଳ କନିକା ଗ୍ୟାଲେରିଆରେ ୫ଟି, ବିଏମ୍ସି ଭବାନୀ ମଲ୍ରେ ୫ଟି, ସିମ୍ଫୋନି ମଲ୍ରେ ୫ଟି ଏବଂ ଡିଏନ୍ ରେଗାଲିଆରେ ୬ଟି ସୋ’ ଲାଗିଛି। କବୀର ଖାଁ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
[ad_2]




