ମନୋରଞ୍ଜନ

ଓଲିଉଡ୍‌ରେ ଯୀଶୁ ସେନ୍‌ଗୁପ୍ତା – Kalinga News

[ad_1]

ପ୍ରଥମ ଥର ପାଇଁ ଏକ ଓଡ଼ିଆ ଛବିରେ ଅଭିନୟ କରିବେ ବଙ୍ଗଳା, ତେଲୁଗୁ, ତାମିଲ ଓ ହିନ୍ଦୀ ସିନେଜଗତର ଜଣାଶୁଣା ଅଭିନେତା ଯୀଶୁ ସେନ୍‌ଗୁପ୍ତା। ସେ ଆଗରୁ ଇଷ୍ଟର୍ଣ୍ଣ ମୁଭିଜ୍ ବ୍ୟାନରରେ ନିର୍ମିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଦ୍ବିଭାଷୀ (ଓଡ଼ିଆ-ବଙ୍ଗଳା) ସିନେମା ‘କାଳୀଶଙ୍କର’(୨୦୦୭)ରେ ନଜର ଆସିଥିଲେ। ହେଲେ ‘କାଳୀଶଙ୍କର’ର କେବଳ ବଙ୍ଗଳା ଭର୍ସନ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାର ଓଡ଼ିଆ ଭର୍ସନ୍‌ରେ ଯେଉଁ ଭୂମିକାରେ ଅରିନ୍ଦମ ଅଭିନୟ କରିଥିଲେ, ବଙ୍ଗଳା ଭର୍ସନରେ ଯୀଶୁ ସେନ୍‌ଗୁପ୍ତା ସେହି ଚରିତ୍ରରେ ନଜର ଆସିଥିଲେ।

ଏବେ ଯେଉଁ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ସିନେମାରେ ଯୀଶୁ ସେନ୍‌ଗୁପ୍ତା ନାୟକ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ତାହାର ଶୀର୍ଷକ ହେଲା ‘ଆଜିର ରେବତୀ’। ଏଥିରେ ନାୟିକା ଭୂମିକାରେ ନଜର ଆସିବେ ଶୀତଲ। ଏହା ବି ତାଙ୍କର ପ୍ରଥମ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ସିନେମା ହେବ। ଆର୍ ଆର୍ ଇଭେଣ୍ଟ୍ସ ଆଣ୍ଡ୍ ସିନେ ପ୍ରଡକସନ୍ ବ୍ୟାନରରେ ନିର୍ମିତ ହେଉଥିବା ଏହି ଛବିର ପ୍ରଯୋଜନା କରୁଛନ୍ତି ଓଡ଼ିଶାର ବିଶିଷ୍ଟ ଯୁବ ପ୍ରଯୋଜକ ରମେଶ ବାରିକ, ଯିଏ କି ଟାଇଗର୍, ପୁଷ୍କରା, ମହାବାହୁ, ବସ୍ ସମେତ ୨୩ଟି ଓଡ଼ିଆ ଛବି ଓ ଟେଲି ସିନେମାର ନିର୍ମାଣ କରିସାରିଛନ୍ତି। ‘ପୁଷ୍କରା’ ଫେମ୍ ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଶ୍ରୀକ୍ଷେତ୍ର ପୁରୀର ଜଣାଶୁଣା ଗୀତିକାର ଓ ସାହିତ୍ୟିକ ବଦ୍ରି ମିଶ୍ରଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ଏହି ସିନେମା ନିର୍ମାଣ ହେଉଛି। ଶ୍ୟାମା ପ୍ରସାଦ ମିଶ୍ର ଏହାର ସଂଳାପ ରଚନା କରିଛନ୍ତି। ପ୍ରଯୋଜକ ରମେଶ ବାରିକଙ୍କ ସୂଚନା ଅନୁଯାୟୀ ‘ଆଜିର ରେବତୀ’ର ସୁଟିଂ ଜୁଲାଇ ମାସରେ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଶ୍ୟାମ ବେନେଗଲଙ୍କ ଜାତୀୟ ପୁରସ୍କାରପ୍ରାପ୍ତ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଦ ଫରଗଟନ୍ ହିରୋ’(୨୦୦୨), ମହେଶ ଭଟ୍ଟଙ୍କ ‘ସଡକ୍-୨’, କଙ୍ଗନା ରାଣାୱତଙ୍କ ଅଭିନୀତ ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ ଭଳି ହିନ୍ଦୀ ସିନେମାରେ ନଜର ଆସିଛନ୍ତି ଯୀଶୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button