ପରଲୋକରେ ରାମୋଜୀ ରାଓ – Kalinga News

[ad_1]
ହାଇଦ୍ରାବାଦ : ଆଉ ନାହାନ୍ତି ରାମୋଜୀ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓ I ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା କାରଣରୁ ସେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ହୋଇ ଆସୁଥିଲେ I ତେବେ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୩ଟା ୩୫ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିବା ରାଓଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି।
ରାମୋଜି ରାଓ ରାମୋଜି ଗ୍ରୁପ୍ର ଅଧ୍ୟକ୍ଷ ଥିଲେ। ସେ ସର୍ବ ବୃହତ ପ୍ରସାରିତ ତେଲୁଗୁ ଭାଷା ଡେଲି ମଧ୍ୟରୁ ଏନାଡୁ ନ୍ୟୁଜ୍ ପେପରର ଇଟିଭି ନେଟୱର୍କ ର ନେତୃତ୍ୱ ନେଇଥିଲେ। ୨୦୧୬ରେ, ରାମୋଜିଙ୍କୁ ସାମ୍ବାଦିକତା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
[ad_2]