ରାଜନୀତି

ସଂସଦରୁ ବାହାରିବା ପରେ ମୋଦୀ ପ୍ରଥମେ ଭେଟିଲେ ଏହି ବ୍ୟକ୍ତିଙ୍କୁ… – Kalinga News

[ad_1]

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ ପାଇଁ ଆଜି ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ସରଗାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଆଜି ସଂସଦର ସେଣ୍ଟ୍ରାଲ ହଲ୍‌ରୁ ବାହାରିବା ପରେ ସିଧା ଯାଇ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ।

ଏନଡିଏ ସଂସଦୀୟ ଦଳର ନେତା, ବିଜେପି ସଂସଦୀୟ ଦଳର ନେତା ଏବଂ ଲୋକସଭାରେ ବିଜେପି ନେତା ଭାବେ ମନୋନୀତ ହେବା ପରେ ମୋଦୀ ସର୍ବପ୍ରଥମେ ଆଡଭାନୀଙ୍କୁ ଭେଟିଛନ୍ତି।

ଏହାପରେ ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାର କାର୍ଯ୍ୟକ୍ରମ ରହିଛି। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୪୦ ଆସନ ମିଳିଥିବା ବେଳେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button