ଭାରତ-ପାକିସ୍ତାନ ମ୍ୟାଚ ପାଇଁ ପାର୍କିଙ୍ଗ ଫି’ ୧ଲକ୍ଷ: ନବଜୋତ ସିଂ ସିଦ୍ଧୁ – Kalinga News

[ad_1]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଖେଳାଯିବ | ଏହି ମହା ଲଢେଇ ଆରମ୍ଭ ହୋଇସାରିଥିବା ବେଳେ ଜୁନ ୯କୁ ପ୍ରତ୍ୟକ ଭାରତୀୟ ଅପେକ୍ଷା କରି ରହିଛନ୍ତି | କାରଣ ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ହେବ | ଏଥି ପାଇଁ ୨ ଦଳ ପ୍ରସ୍ତୁତ ଥିବା ବେଳେ ମ୍ୟାଚ ବେଳେ ଷ୍ଟାଡିୟମର ପାର୍କିଙ୍ଗ ଫି’ କେତେ ରହିବ ତାହା ସାମ୍ନାକୁ ଆସିଛି |

Sambad is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏହି ସୂଚନା ଦେଇଛନ୍ତି | ମ୍ୟାଚଟି ନିୟୁୟର୍କରେ ହେବାକୁ ଥିବା ବେଳେ ସମସ୍ତ ଟିକେଟ ବିକ୍ରି ସରିଛି | କୁହାଯାଉଛି ଯେ, ଷ୍ଟାଡିୟମକୁ ଆସିବାକୁ ଥିବା ଲୋକଙ୍କୁ ୧୨୦୦ ଡଲାର ପାର୍କିଙ୍ଗ ଫି’ ଦେବାକୁ ହେବ | ଭାରତୀୟ ମୁଦ୍ରାରେ ଏହା ୧ ଲକ୍ଷ ଟଙ୍କା | କମେଣ୍ଟ୍ରି ସମୟରେ ସିଦ୍ଧୁ ଏହି ସୂଚନା ଦେଇଥିଲେ | ତାଙ୍କ ଗାଡି ଡ୍ରାଇଭର ତାଙ୍କୁ ଏହି ସୂଚନା ଦେଇଥିବା ସେ କହିଥିଲେ |
ପୂର୍ବରୁ ରହିବା ପାଇଁ ହୋଟେଲମାନଙ୍କର ଭଡା ଅଧିକ ବଢ଼ାଇ ଦିଆଯାଇଥିବା ବେଳେ ଏବେ ପାର୍କିଙ୍ଗ ଫି’ ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |
[ad_2]