ରାଜ୍ୟ

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌ – Kalinga News

[ad_1]

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଖବର ଅନୁଯାୟୀ ଆଜି ସକାଳେ ସତସଙ୍ଗବିହାର ନିକଟରେ ଜଣେ ବାଇକ୍ ଚାଳକ , ଜଣେ ବୋଲେରୋ ଚାଳକଙ୍କ ସହ କଥା ହେଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଯାଇ ଧକ୍କା ହୋଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାର ଗୁଡିକ ସହ ଶକ୍ତ ଭାବରେ ଧକ୍କା ହୋଇଥିଲା । ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଯୋଗୁଁ କିଛି ସମୟ ଧରି ରସୁଲଗଡ଼ଠାରୁ ପଳାଶୁଣି ଯାଏଁ ଯାତାୟାତରେ ବାଧା ଉପୁଜିଥିଲା। ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

 

The post ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button