କାକଟପୁରର ପାନବରଜ ପୋଲିଂ ବୁଥ୍: ସୋସିଆଲ ମିଡ଼ିଆରେ ଭାଇରାଲ – Kalinga News
[ad_1]
କାକଟପୁର: ଓଡ଼ିଶାର ଚତୁଛର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଛି। ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍ରେ ପାନ ବରଜ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି, ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି। ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ କରାଯାଉଛି ।
🌿🗳️ Check out our unique polling booth in kakatapur, Puri decorated with a beetle vine theme, celebrating this vital local economic activity! Cast your vote in a setting that honors our community’s heritage. #Vote2024 #CommunityPride #LocalHeritage pic.twitter.com/HwnEC5ik2L
— CEO Odisha (@OdishaCeo) June 1, 2024
ଓଡିଶାର ଐତିହ୍ୟ ପରମ୍ପରାକୁ ପ୍ରତିପାଦନ କରାଯାଇଥିବା ଏହି ପୋଲିଂ ବୁଥ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି ଏବଂ କମିଶନ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହାର ଫଟୋ ସେୟାର କରିଛନ୍ତି।
[ad_2]