ଅପରାଧ

ଜମି ମାଲିକଙ୍କୁ ଆକ୍ରମଣ ଘଟଣା: ଏସ୍‌ଡିପିଓ ଆହତ, ଆଇଆଇସିଙ୍କ ହାତ ଭାଙ୍ଗିଲା – Kalinga News

[ad_1]

ପ୍ରତିବାଦରେ ୧୦ ଘଣ୍ଟା ରାସ୍ତା ଅବରୋଧ, ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସର ଲାଠିଚାର୍ଜ

ବଡ଼ସାହି: ଜମିରେ ବାଡ଼ ବସାଇବାକୁ‌ କେନ୍ଦ୍ରକରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଗ୍ରାମରେ ଘଟିଛି ତୁମୁଳ କାଣ୍ଡ। ଜମି ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ବେଳେ ପ୍ରତିବାଦରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ। ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ବି ଲୋକେ ଟାୟାର ଜାଳି ୧୦ ଘଣ୍ଟା ଧରି ରାସ୍ତାରୋକ୍‌ କରିଥିଲେ। ଧାରଣାକାରୀଙ୍କୁ ହଟାଇବା ପାଇଁ ସନ୍ଧ୍ୟାରେ ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ବେଳେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ଏସ୍‌ଡିପିଓ, ଏସ୍‌ଆଇ ଓ ଆଇଆଇସି ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ରାତି ସୁଦ୍ଧା ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

ସୂଚନା ଅନୁଯାୟୀ; ବେଲପ‌ାଳ ଗ୍ରାମର ପ୍ରବୋଧ ଭୁୟାଁ ସ୍ଥାନୀୟ ବ୍ୟାଙ୍କରେ ଜମି ବନ୍ଧକ ରଖି ଋଣ ନେଇଥିଲେ। ତେବେ ବାରମ୍ବାର ଋଣ ପରିଶୋଧରେ ଖିଲାପ ହେବାରୁ ଉକ୍ତ ଜମିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଲାମ କରି ଦେଇଥିଲେ। ଏହାର ପ୍ରତିବାଦରେ ପ୍ର‌‌ବୋଧ ଅଦ‌ାଲତର ଦ୍ବାରସ୍ଥ ହୋଇଥିଲେ ଓ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ତେଣୁ ଆଜି ସକାଳେ ନିଜ ଜମିରେ ବାଡ଼ ବସାଇବାକୁ ଯାଇଥିଲେ ପ୍ର‌‌ବୋଧ। ତେବେ ଜମି ନିଲାମ ନେଇଥିବା ବ୍ୟକ୍ତି ଓ ତାଙ୍କ ଭାଇମାନେ ଏହାର ବିରୋଧ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେବାସହ ପ୍ର‌‌ବୋଧଙ୍କୁ ଭୁଜାଲିରେ ହାଣି ଦେଇଥିଲେ ପ୍ରତିପକ୍ଷ। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଡ଼ସାହି ଓ ପରେ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button