ସହାନୁଭୂତି ପାଇଁ ଛାଡ଼ପତ୍ରର ମିଥ୍ୟା ପ୍ରଚାର କରୁଛନ୍ତି ହାର୍ଦ୍ଦିକ-ନତାଶା ! – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ଖବର ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଦମ୍ପତ୍ତି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇ ନାହାଁନ୍ତି କିମ୍ବା ଛାଡପତ୍ରକୁ ନିଶ୍ଚିତ କରିନାହାଁନ୍ତି। ଏହି ସମୟରେ ଦାବି କରାଯାଉଛି ଯେ ହାର୍ଦ୍ଦିକ ଏବଂ ନତାଶା ଜାଣିଶୁଣି ଛାଡପତ୍ରର ମିଥ୍ୟା ଖବର ପ୍ରଚାର କରିଛନ୍ତି। ଏହା ହାର୍ଦ୍ଦିକଙ୍କ ପିଆର ରଣନୀତିର ଏକ ଅଂଶ ଯାହା ଦ୍ବାରା ସେ ସହାନୁଭୂତି ପାଇବାକୁ ଚେଷ୍ଟା କରୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରେଡିଟରେ ଜଣେ ବ୍ୟବହାରକାରୀ ହାର୍ଦ୍ଦିକ ଏବଂ ନତାଶା ଛାଡପତ୍ରକୁ ନେଇ ଏକ ଲମ୍ବା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଲେଖାଯାଇଛି, ‘ମୁଁ ନିକଟ ସୂତ୍ରରୁ ଜାଣିବାକୁ ପାଇଛି ଯେ ହାର୍ଦ୍ଦିକ ଏବଂ ନତାଶା ‘ଓପନ ମ୍ୟାରେଜ’ କରିଛନ୍ତି। ଉଭୟେ ଜଣେ ବନ୍ଧୁଙ୍କ ମାଧ୍ୟମରେ ପରସ୍ପର ସହ ଦେଖା ହୋଇଥିଲେ ଏବଂ ଇଂଲଣ୍ଡରେ ଭାରତ ବିଶ୍ୱକପ ପରେ ଅଗଷ୍ଟ ୨୦୧୯ରୁ ନଭେମ୍ବର ୨୦୧୯ପର୍ଯ୍ୟନ୍ତ ପରସ୍ପର ସହ ପ୍ରେମ ସମ୍ପର୍କ ରଖିଥିଲେ। ଏହି ସମୟରେ ନତାଶା ଗର୍ଭବତୀ ହେବାରୁ ଦୁହେଁ ୨୦୨୦ ଆରମ୍ଭରୁ ନିର୍ବନ୍ଧ କରିଥିବା ଘୋଷଣା କରିଥିଲେ। କରୋନା ପାଇଁ ବିବାହ ହୋଇନଥିବା ବେଳେ ୨୦୨୩ରେ ଦୁହେଁ ବିବାହ କରିଥିଲେ। ହାର୍ଦ୍ଦିକ ଏବଂ ନତାଶା ‘ଓପନ ମ୍ୟାରେଜ’ କରିଛନ୍ତି, ଯାହା ଅନୁଯାୟୀ ଦୁହେଁ ଅନ୍ୟ ପୁରୁଷ ବା ମହିଳଙ୍କ ସହ ସମ୍ପର୍କ ରଖିପାରିବେ। ଏବେ ଯେଉଁ ଛାଡ଼ପତ୍ର ଚର୍ଚ୍ଚା ହେଉଛି, ତାହା ମଧ୍ୟ ଦୁହେଁ ଜାଣିଶୁଣି କରାଇଛନ୍ତି। ଆଇପିଏଲରେ ହାର୍ଦ୍ଦିକଙ୍କ ଶୋଚନୀୟ ପ୍ରଦର୍ଶନ ପରେ ଲୋକଙ୍କ ସହାନୁଭୂତି ପାଇଁ ଏହି ମିଥ୍ୟା ପ୍ରଚାର କରାଉଛନ୍ତି ହାର୍ଦ୍ଦିକ ଓ ନତାଶା।
[ad_2]