ରାଜନୀତି

ସୁକିନ୍ଦାରେ ରାଜନୈତିକ ହିଂସା: ବିଜେଡି ସମର୍ଥକଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଯୁବକ ଗୁରୁତର – Kalinga News

[ad_1]

ରାଜନୈତିକ ହିଂସା, ଯୁବକ ଗୁରୁତର
ଯଖପୁରା: ସୁକିନ୍ଦା ନିର୍ବାଚନମଣ୍ଡଳୀର ଯଖପୁରା ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଏଥିରେ ଗ୍ରାମର ସନ୍ତୋଷ ସାମଲଙ୍କ ପୁଅ ହୃଷୀକେଶ ସାମଲ (୨୯) ଗୁରୁତର ହୋଇଛନ୍ତି। ଗତକାଲି ଯଖପୁରା ପଞ୍ଚାୟତରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିଲା। କେତେକ ବିଜେଡି ସମର୍ଥକ ଧାରୁଆ ଅସ୍ତ୍ରରେ ହୃଷୀକେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଗତ ୧୬ ତାରିଖ ରାତିରେ ଗ୍ରାମର କିଛି ଯୁବକ ତାଙ୍କୁ ଘର ଭିତରେ ପଶି ଆକ୍ରମଣ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏନେଇ ଯଖପୁରା ଥାନାରେ ହୃଷୀକେଶଙ୍କ ମା’ ଚମ୍ପା ସାମଲ ଅଭିଯୋଗ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ  ଆକ୍ରମଣ ହୋଇଥିବା ନେଇ ତାଙ୍କ ଭାଇ ଜଗନ୍ନାଥ ସାମଲ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କଳିଙ୍ଗନଗର ଅତିରିକ୍ତ ଏସ୍‌ପି ଏସ୍. ଟପ୍ପୋ ଏବଂ ଯଖପୁରା ପୁଲିସ ଘଟଣାର ତଦନ୍ତ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button