ସ୍ୱାସ୍ଥ୍ୟ

ଅଧିକ ପାଣି ପିଇବା ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ, ଏହି ରୋଗରେ ପଡିପାରନ୍ତି ଆପଣ, ଜାଣନ୍ତୁ କେତେ ଓ କିପରି ପାଣି ପିଇବେ ?

ନମସ୍କାର ବନ୍ଧୁଗଣ, ଶରୀର ପାଇଁ ଅଧିକ ପାଣି ଆବଶ୍ୟକ ହୋଇଥାଏ । ସେଥିପାଇଁ ଆମେ ମାନେ ଅଧିକ ପାଣି ପିଇଥାଉ । ଏହା ଆମ ଶରୀରର ଜଳୀୟ ଅଂଶକୁ କମ ହେବା ପାଇଁ ଦେଇନଥାଏ । ସବୁବେଳେ ଆମେ ଶୁଣି ଆସିଛେ ସମସ୍ତେ କହିଥାନ୍ତି ପ୍ରଚୁର ପରିମାଣରେ ପାଣି ପିଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଅଧିକ ପାଣି ପିଇବା ଆପଣଙ୍କ ଜୀବନ ପାଇଁ ସାଜିପାରେ କ୍ଷତିକାରକ । ତେବେ ଏହା ସମ୍ପର୍କରେ କଣ ପ୍ରକୃତ କଥା ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଅଧିକ ପାଣି ପିଇବା କାରଣରୁ ଆପଣ ହାଇଡ୍ରେସନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହାକୁ ଏକ ପ୍ରକାର ଜଳ ନିଶା ବୋଲି କୁହାଯାଏ । ଅତ୍ୟଧିକ ହାଇଡ୍ରେସ ହେତୁ କିଡନୀ ନଷ୍ଟ ହୋଇଯାଇଥାଏ । ଅଧିକ ପାଣି ପିଇବା କାରଣରୁ ଆର୍ଜିନାଇନ ଭାସୋପ୍ରେସିନର ପ୍ଲାଜା ସ୍ତର କମିଯାଏ । ଏହା କିଡନୀର କାର୍ଯ୍ୟକଳାପ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।

ଏଭଳି ପରିସ୍ଥିତି ଆପଣ ଅଧିକ ପାଣି ପିଇବା ଉଚିତ ହୋଇନଥାଏ । ଅନେକ ପରୀକ୍ଷଣ ପରେ ଏହା ଜଣାଯାଇଛି କି ହାଇଡ୍ରେସନର କାରଣ କେବଳ ସାଧା ଜଳ ନୁହେଁ । ଅଧିକ ଲୌହ ମିଶା ଜଳ ପିଇବା ଦ୍ଵାରା ଆପଣଙ୍କ ଠାରେ ଯକୃତ ତଥା କିନୀ ଜନିତ ସମସ୍ୟା ଦେଖାଯାଏ । ଏହି କାରରଣ ହେତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣ ଅଧିକ ରୁ ଅଧିକ ପାଣି ପିଅନ୍ତି ତେବେ ଆପଣଙ୍କ ଠାରେ ହୃଦଘାତ ଜନିତ ସମସ୍ୟା ଦେଖା ଦେଇପାରେ । ବାସ୍ତବରେ କହିବା ପାଇଁ ଗଲେ ଆମେ ଯେତତେବେଳେ ଅଧିକ ପାଣି ପିଇଥାଉ ସେତେବେଳେ ଆମ ଶରୀରରେ ରକ୍ତର ପରିମାଣ ବଢିବା ପାଇଁ ଲାଗେ । ଆଉ ଏହା ହୃଦୟର ରକ୍ତବାହୀ ଉପରେ ସିଧାସଳଖ ଚାପ ପକାଇଥାଏ ।

ଅତ୍ୟଧିକ ଚାପ କାରଣରୁ ହୃଦଘାତ ହେବାର ସମ୍ଭାବନା ବଢିଥାଏ । ତେଣୁ ଆବଶ୍ୟକତା ଠାରୁ ଅତ୍ୟଧିକ ପାଣି ପିଇବା ଉଚିତ ହୋଇନଥାଏ । ଅଧିକ ପାଣିର ସେବନ କାରଣରୁ ଶରୀରେ ସୋଡିୟମର ମାତ୍ରା କମିବା ପାଇଁ ଲାଗିଥାଏ । ଯାହାଫଳରେ ଜଳ ଓସ୍ମୋସିସ ପ୍ରକ୍ରିୟା ମାଧ୍ୟମରେ ଶରୀର କୋଷ ଭିତରକୁ ପ୍ରବେଶ କରିଥାଏ । ଏହି କାରରଣ ପାଇଁ କୋଷ ଭିତରେ ଫୁଲା ଜନିତ ସମସ୍ୟା ଦେଖାଅ ଦେଇଥାଏ ।

ଆଉ ଏହା ଆପଣଙ୍କ ପାଇଁ ବହୁତ ବଡ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ମାଂସପେଶୀ, ଟିସୁ, ମସ୍ତିସ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେ ନୁ ଆମକୁ ଜଳର ଅତ୍ୟଧିକ ସେବନରୁ ଦୂରେଇ ରହିବା ଉଚିତ । ସୁସ୍ଥ ରହିବା ପାଇଁ ସାସ୍ଥ୍ୟକର କଥା ଉପରେ ଧ୍ୟାନ ଦେବା ନିହାତି ଭାବରେ ଜରୁରୀ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button