କାହିଁକି ହୁଏ Thyroid ରୋଗ ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ଥାଇରାଏଡ୍ ରୋଗ କଣ ହୋଇଥାଏ ଏବଂ ଏହି ଟୋଗ ର ଲକ୍ଷଣ , ଚିକିତ୍ସା ସମ୍ବନ୍ଧରେ । ଡାକ୍ତର ସାମ୍ବିତ ଦାସ ଏହି ରୋଗ ବିଷୟରେ ଅନେକ ବିଷୟ କହିଛନ୍ତି । ଯଥା ଥାଇରଏଡ ଗ୍ରନ୍ଥୀ ରୁ ଏକ ହୋରମୋନ ବାହାରିଥାଏ ଯଦି କୋଣସି କାରଣରୁ ଏହି ହୋରମୋନ ଅଧିକ ପରିମାଣରେ ବାହାର କୁ ନିର୍ଗତ ହୋଇଥାଏ ବା କମ୍ ପରିମାଣରେ ନିର୍ଗତ ହୋଇଥାଏ ତେବେ ଆମ କୁ ଥାଇରଏଡ ସମସ୍ୟା ହେଇଛି ।
ଯଦି ଆପଣଙ୍କର ଗ୍ରନ୍ଥୀ ର ଆକାର ବୃଦ୍ଧି ହୋଇଥାଏ । ତେବେ ମଧ୍ୟ ଆମକୁ ଥାଇରଏଡ ଜନିତ ରୋଗ ହୋଇଥାଏ । ଏହାକୁ ଆମେ ଗଳକଣ୍ଟକ ରୋଗ କହିଥାଉ । ବହୁତ କମ ଯେଉଁଥା ଦେଖାଯାଇଥାଏ ତାହା ହେଉଛି ଗଳକ୍ୟାନ୍ସର ଏହା ରୋଗୀ କୁ ଅଧିକାଂଶ ହୋଇନଥାଏ । ଥାଇରଏଡ ରେ ମୁଖ୍ୟତ ହାଇପୋ ଥାଇରେଡଜିମ୍ ଦେଖାଯାଇଥାଏ । ଯଦି ଆମ ଶରୀରରେ ମେଟାବୋଲିସମ କମିଯାଇଥାଏ ଯଥା ପରିମାଣରେ ନ ରହିଥାଏ ତେବ ଆମେ ତାହାକୁ ହାଇପୋ ଥାଇରେଡ କହିଥାଉ । ଏହା ସାଧାରଣ ଭାବରେ ଲୋକମାନଙ୍କ ମଧ୍ୟରେ ଦେଖାଯାଇଥାଏ ।
ଏହା ଅଧିକ ମହିଳାମାନଙ୍କୁ ହୋଇଥାଏ ଏବଂ ଏହାର ଲକ୍ଷଣ ହେଉଛି ଓଜନ ବୃଦ୍ଧି ହେବା ଚୁଟି ଶୁଖିଲା ହୋଇଯିବ ଆଦି । ଯଦି ଆପଣମାନଙ୍କ ମେଟାବଳିଜିମ ଅଧିକ ପରିମାଣରେ ବାହାରି ଥାଏ ତେବେ ଆମେ ଏହାକୁ ହାଇପର-ଥାଇରଏଡଜିମ କହିଥାଉ । ଏମାନଙ୍କର ଲକ୍ଷଣ ହେଉଛି ଓଜନ ହ୍ରାସ ହେବା ହାତ ଏବଂ ଗୋଡ ଥରିବା ଆଦି ।
ଥାଇରଏଡ ର କାରଣ ହେଉଛି ଆମ ଶରୀରରେ ଆଧିକ ଆୟୋଡିନ ଏବଂ ଆମ ଶରୀରର ଇମ୍ମୁନିଟି ସିଷ୍ଟମ ଆମଋ ଥାଇରଏଡ ବିରୁଦ୍ଧରେ କାମ କରୁଛି ଯାହା ଫଳରେ ଆମ ଥାଇରଏଡ ଜନିତ ରୋଗ ହୋଇଥାଏ । ଆମ ଶରୀରରେ ଏହି ରୋଗ ହେଇଛି କି ନାହିଁ ଜାଣିବାକୁ ବେଳେ ପ୍ରଥମେ ଆମ ଏହାର ପରୀକ୍ଷା କରିବାକୁ ପଡିଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ପରୀକ୍ଷା ହୋଇଥାଏ ଏବଂ ବିଶେଷ କରି TSH ପରୀକ୍ଷାରେ ଏହା ଜଣା ପଡେ ଯେ ଆମକୁ ଥାଇରଏଡ ହେଇଛି କି ନାହିଁ ।
ଯଦି ଆମ TSH ଅଧିକ ଥାଏ ତେବେ ହାଇପର ଥାଇରଏଡ ଯଦି ଏହା କମ ରହେ ତେବେ ହାଇପୋ ଥାଇରଏଡ ଆଦି ଜାଣିପାରିଥାଉ । ଏହା ଛଡା ଯଦି ଆମ ଗଳା ଏ ଆକାର ବଢିଥାଏ ତେବେ ମଧ୍ୟ ଏହାର ପରୀକ୍ଷା କରି ଆମେ ଜାଣିପାରିଥାଉ । ଏହି ରୋଗ ର ନିରାକରଣ ହେଉଛି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଦୁଇ ଭିତରୁ ଆପଣଙ୍କୁ ଯେଉଁ ଥାଇରଏଡ ହୋଇଥାଏ , ତାହା ଅନୁଯାୟୀ ହୋରମୋନ ଔଷଧ ଦିଆଯାଇଥାଏ ।
ଏହି ରୋଗୀକୁ ଜୀବନ ସାରା ଔଷଧ ଖାଇବାକୁ ପଡିଥାଏ ଏବଂ ଔଷଧ କୁ ଖାଲି ପେଟରେ ଖାଇଲା ପରେ ଅଧା ଘଣ୍ଟା ଯାଏ କିଛି ବି ଖାଇବେ ନାହିଁ । ଥାଇରଏଡ ରୋଗୀ ପାଇଁ କୋଣସି ଅନ୍ଧବିଶ୍ଵାସ ରହିନଥାଏ ରୋଗୀ ସବୁ ପ୍ରକାରର ଖାଦ୍ୟ ଖାଇପାରିବେ କିନ୍ତୁ କିଛି ଖାଦ୍ୟ ଯେପରିକି କୋବି , ସୋୟାବିନ ଆଦି ଅଧିକ ପରିମାଣ ରେ ଖାଇବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।