ଇୟରଫୋନ ନେଲା ଦୁଇଭଉଣୀଙ୍କ ଜୀବନ: ତୃତୀୟ ଭଉଣୀଙ୍କ ମିଳୁନି ପତ୍ତା – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରେଳ ଧାରଣାରୁ ଦୁଇଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତୃତୀୟ ଭଉଣୀଙ୍କ ପତ୍ତା ମିଳୁନାହିଁ। ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣକଙ୍କ ନାମ କିରଣ ବୟସ ୨୨ବର୍ଷ ଥିବା ବେଳେ ଅନ୍ୟ ଭଉଣୀ ଜଣକଙ୍କ ନାମ ସରିତା ବୟସ ୨୦ବର୍ଷ ବୋଲି ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ତିନି ଭଉଣୀ କିରଣ, ସରିତା ଓ ଶିବାନୀ ଗତ ଶୁକ୍ରବାର ଗାଁରେ ଆୟୋଜନ ହୋଇଥିବା ଭାଗବତ କଥା ଶୁଣିବାକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଫେରିବା ବାଟରେ ପଡ଼ିଥିବା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଦୁଇଭଉଣୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ତା’ପର ଦିନ ସକାଳେ ରେଳ ଧାରଣାରେ ଦୁଇଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କିରଣ ଓ ସରିତାଙ୍କ ମୃତଦେହକୁ ଜବତ କରିଥିଲା।
ଏହି ସମୟରେ ଦୁଇ ମୃ୍ତକଙ୍କ କାନରେ ଇୟରଫୋନ୍ ଥିବାର ପୁଲିସ ଦେଖିବାକୁ ପାଇଥିଲା। ତେଣୁ ଅନୁମାନ କରାଯାଉଛି କି କିରଣ ଓ ସରିତା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ କାନରେ ଇୟରଫୋନ ଦେଇଥିଲେ ଯେଉଁ କାରଣରୁ ତାଙ୍କୁ ଆସୁଥିବା ଟ୍ରେନ ଶବ୍ଦ ଶୁଣା ଯାଇ ନଥିଲା। ଫଳରେ ଦୁର୍ଘଟଣା ଘଟିଥିଲା।
କିରଣ ଓ ସରିତାଙ୍କ ସହିତ ଥିବା ତାଙ୍କ ସାନ ଭଉଣୀ ଶିବାନୀ ଏହି ଘଟଣାପରେ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ। ପୁଲିସ ଶିବାନୀଙ୍କୁ ଖୋଜିବା ପାଇଁ ତଦନ୍ତ କରୁଛି।
[ad_2]