ଅପରାଧ

ପିଜ୍ଜା ଆଉଟଲେଟ ଉପରେ ପୁଲିସର ଚଢ଼ାଉ; ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ଯୁବକ-ଯୁବତୀ – Kalinga News

[ad_1]

ନୂଆଦିଲ୍ଲୀ: ନିକଟରେ ଏକ ପିଜ୍ଜା ଆଉଟଲେଟ ଉପରେ ପୁଲିସ ଚଢ଼ାଉ କରି ଯୁବକ-ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ କାବୁ କରିଛି। ପୁଲିସର ଚଢ଼ାଉ ସମୟର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଘଟଣାଟି ଅମରୋହା ଜିଲ୍ଲାରୁ ସାମ୍ନାକୁ ଆସିଛି। ଅନେକ ଦିନ ହେବ ଅମରୋହା ସହର ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ପିଜ୍ଜା ଆଉଟଲେଟ ଭିତରେ ସେକ୍ସ ରାକେଟ ଚାଲୁଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଜଣେ ଲୋକଙ୍କୁ ଯୋଜନ‌ା ମୁତାବକ ପିଜ୍ଜା ନେବାକୁ ପଠାଇଥିଲା। ଏହି ସମୟରେ ଉକ୍ତଲୋକ ସହିତ ଡିଲ ବିଷୟରେ ଆଲୋଚନା କରାଯାଇଥିଲା।

 

ଉକ୍ତ ଲୋକଙ୍କ ସୂଚନାକ୍ରମେ ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଆକସ୍ମିକ ଚଢ଼ାଉ କରି ଡିଲ କରୁଥିବା ଲୋକଙ୍କୁ କାବୁ କରି ନେଇଥିଲା। ଏହାପରେ ଏହି ପିଜ୍ଜା ଆଉଟଲେଟରେ ସେକ୍ସ ରାକେଟରେ ସାମିଲ ଥିବା ଯୁବକ ଓ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରି ଥାନାକୁ ନେଇଥିଲା। ଏହି ରାକେଟରେ ପୁଲିସ ୧୪ବର୍ଷର ଜଣେ ପଶ୍ଚିମବଙ୍ଗର ଯୁବତୀଙ୍କୁ ଉଦ୍ଧାର କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button