ଅପରାଧ

କେଜ୍ରିୱାଲଙ୍କ ସହାୟକଙ୍କ ବିରୋଧରେ ମାଡ଼ ମାରିବା ଅଭିଯୋଗ ପରେ ସ୍ବାତୀଙ୍କ ଆସିଲା ମେଡିକାଲ ରିପୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ସ୍ବାତୀ ମାଲିୱାଲ ଗତଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହାୟକ ବିଭବ କୁମାରଙ୍କ ବିରୋଧରେ ଆକ୍ରମଣ କରିଥିବାର ଅଭିଯୋଗ ପୁଲିସରେ କରିଛନ୍ତି।

ଅଭିଯୋଗ କରି ସ୍ବାତୀ କହିଥିଲେ,‘କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର ମୋତେ ଚାପୁଡ଼ା, ଗୋଇଠା ମାରିଥିଲେ। ଏପରିକି ମୋର ବ୍ୟକ୍ତିଗତ ଅଙ୍ଗକୁ ବି ଆକ୍ରମଣ କରିଥିଲେ।

ଏହି ଅଭିଯୋଗ ପରେ ସ୍ବାତୀଙ୍କ  ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ର ଟ୍ରାମା ସେଣ୍ଟରରେ ଡାକ୍ତରି ପରୀକ୍ଷା ହେଇଥିଲା। ଶନିବାର ତାଙ୍କର ରିପୋର୍ଟ ଆସି ଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି କି ସ୍ବାତୀଙ୍କ ଶରୀରରେ ଚାରିଟି ସ୍ଥାନରେ ଆଘାତ ଲାଗିଛି। ସେଥିମଧ୍ୟରେ ଡାହାଣ ଆଖି ତଳ, ଚେହେରା, ବାମ ଗୋଡ଼ ଓ ମୁଣ୍ଡରେ ରହିଛି।

ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନରୁ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସୁରକ୍ଷାକର୍ମୀ ସ୍ବାତୀଙ୍କ ହାତ ଧରି ଜୋରଜବରଦସ୍ତି ମୁଖ୍ୟମନ୍ତ୍ରୀଙ୍କ ଘରୁ ବାହାରକୁ ବାହାର କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ମଇ ୧୩ ତାରିଖର ବୋଲି କୁହାଯାଉଛି।

ଏହି ଘଟଣାକୁ ନେଇ ରାଜନୀତି ତୀବ୍ର ହୋଇଛି। ଆପ ଓ ସ୍ବାତୀ ପରସ୍ପରକୁ ଦୋଷା‌ରୋପ କରୁଛନ୍ତି। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଜେଲ ଯାଇଥିବା ବେଳେ ତାଙ୍କ ସହାୟକ ସ୍ବାତୀଙ୍କ ଉପରେ ଏଭଳି ଅତ୍ୟାଚାରକୁ ନେଇ ବିଭିନ୍ନ ମହଲରେ ତୀବ୍ର  ସମାଲୋଚନା କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button