ରାଜନୀତି

ଲୋକସଭା ନିର୍ବାଚନରେ ବିଜେଡ଼ିକୁ ଟପିବ ବିଜେପି : ଟାଇମ୍ସ ନାଓ ଜନମତ ସର୍ଭେ – Kalinga News

[ad_1]

ଭୁବନେଶ୍ବର : ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ବଡ଼ ଫାଇଦା ମିଳିବାର ସମ୍ଭାବନା ରହିଛି । ଏପରିକି ବିଜେପିର ଲୋକସଭା ଆସନ ସଂଖ୍ୟା ବିଜେଡିକୁ ଟପିବାର ସମ୍ଭାବନା ରହିଛି ବୋଲି ଟାଇମ୍ସନାଓ-ମାଟ୍ରିଜ୍ ଏନସି ସର୍ଭେରୁ ଜଣାପଡିଛି ।

ଏହି ସର୍ଭରେ କୁହାଯାଇଛି ଯେ ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୧ଟି ଆସନରେ ଜିତିବାର ସମ୍ଭାବନା ରହିଥିବାବେଳେ ବିଜେଡ଼ି ୯ଟି ଆସନ ଓ କଂଗ୍ରେସ ଗୋଟିଏ ଆସନରେ ଜିତିବାର ସମ୍ଭାବନା ରହିଛି । ଗତ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନରେ ଜିତିଥିବାବେଳେ ବିଜେପି ୮ଟି ଆସନ ଓ କଂଗ୍ରସ ଗୋଟିଏ ଆସନରେ ଜିତିଥିଲା ।

ଏହି ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ଟିଏମସି ୨୬ଟି ଆସନରେ ବିଜୟ ହାସଲ କରିବ, ବିଜେପି ୧୫ଟି ଆସନରେ ଓ କଂଗ୍ରେସ ଓ ବାମ ମେଣ୍ଟ  ଗୋଟିଏ ଆସନରେ ବିଜୟ ଲାଭ କରିବେ । ବିହାରରେ ଏନଡିଏ ୩୫ଟି ଓ ଇଣ୍ଡିଆ ମେଣ୍ଟ ୫ଟି ଆସନରେ ବିଜୟ ହାସଲ କରିବାର ସମ୍ଭାବନ ରହିଛି । ଗୁଜରାଟରେ ବିଜେପି ସମସ୍ତ ୨୬ଟି ଆସନ ହାତେଇବ ଓ କଂଗ୍ରେସ ନିରାଶ ହେବାର ସମ୍ଭାବନା ରହିଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button