କେଜ୍ରିୱାଲ୍ଙ୍କୁ ଅଦାଲତ ସୁହାଇବା ଭଳି ନ୍ୟାୟ ଦେଇଛନ୍ତି: ଅମିତ ଶାହା – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯିବା ପରେ ଏକ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଏକ ନିତିଦିନିଆ ବିଚାର ଭାବରେ ଦେଖୁ ନାହାଁନ୍ତି ଏବଂ ଦେଶର ଅନେକ ଲୋକ ଏହା ଭାବୁଛନ୍ତି ଯେ କେଜ୍ରିୱାଲ୍ଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ କେଜ୍ରିୱାଲ୍ଙ୍କୁ ସୁହାଇବା ପରି ନ୍ୟାୟ ପ୍ରଦାନ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଶାହାଙ୍କୁ ଆପ୍ ମୁଖ୍ୟଙ୍କ ସମ୍ପର୍କରେ ପଚରାଯାଇଥିଲା। ଯଦି ଦଳ ସପକ୍ଷରେ ପର୍ଯ୍ୟାପ୍ତ ଭୋଟ୍ ମିଳେ ତେବେ ତାଙ୍କୁ ଆଉ ଜେଲ୍ ଯିବାକୁ ପଡ଼ିବନି? ଯାହାର ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି, “ମୋର ବିଶ୍ୱାସ ଯେ ଏହା ସୁପ୍ରିମକୋର୍ଟଙ୍କ ଅବମାନନା ଅଟେ। ଯଦି କେହି ବିଜୟୀ ହୁଅନ୍ତି, ତେବେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ସେମାନଙ୍କୁ ଜେଲକୁ ପଠାନ୍ତି ନାହିଁ। ତାଙ୍କୁ ଜାମିନ ପ୍ରଦାନ କରିଥିବା ବିଚାରପତିମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ ସେମାନଙ୍କର ବିଚାର କିପରି ବ୍ୟବହାର କରାଯାଉଛି କିମ୍ବା ଅପବ୍ୟବହାର କରାଯାଉଛି।’’
ଏହି ବିଚାରକୁ ନେଇ ଶାହା ଆହୁରି ବି କହିଛନ୍ତି, “ଆଇନର ବ୍ୟାଖ୍ୟା କରିବାର ସୁପ୍ରିମକୋର୍ଟଙ୍କର ଅଧିକାର ଅଛି। ମୋର ବିଶ୍ୱାସ ଯେ ଏହା ଏକ ସାଧାରଣ କିମ୍ବା ନିତିଦିନିଆ ବିଚାର ନୁହେଁ। ଦେଶରେ ଅନେକ ଲୋକ ଏହା ବିଶ୍ୱାସ କରୁଛନ୍ତି ଯେ ତାଙ୍କୁ ବିଶେଷ ସୁବିଧା ମିଳିଛି।”
ସୋମବାର ଏନଡିଟିଭି ସହ କଥାବାର୍ତ୍ତା ବେଳେ ବିଜେପି ନେତା ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିୟମିତ ଜାମିନ ଦିଆଯାଇ ନାହିଁ ବରଂ କେବଳ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ଦିଆଯାଇଛି।
[ad_2]