ସ୍ୱାସ୍ଥ୍ୟ

ଯେତେ ବି ଧଳା କେଶ ହୋଇଥାଉ ନା କାହିଁକି ଏହି ଘରୋଇ ଉପଚାର କେଶକୁ କରିଦେବ ମୂଳରୁ କଳା ଓ ମଜବୁତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ମୁଣ୍ଡରେ ଥିବା ଧଳା କେଶ ସମ୍ପୂର୍ଣ୍ଣ ରୂପରେ କଳା ଏବଂ ମଜବୁତ ହୋଇଯିବ । ବନ୍ଧୁଗଣ ଦୁନିଆ ରେ ଥିବା ସମସ୍ତ ବ୍ୟକ୍ତି ଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ । ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ କେଶକୁ କଳା କରିଥାଏ ।

ଏପରି କରିବା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ । କେଶ ଝଡ଼ିବା ଆରମ୍ଭ ହୋଇଯାଏ, କେଶ ଦୁର୍ବଳ ମଧ୍ୟ ହୋଇଯାଏ । ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କେଶ କୁ ଡାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ମୁଣ୍ଡ ରେ ଥିବା ସମସ୍ତ ଧଳା କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ ଏବଂ ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଯେଉଁ ସାମଗ୍ରୀ ଆବଶ୍ୟକ ହୋଇଥାଏ ସେହି ସାମଗ୍ରୀ ଗୁଡ଼ିକ ହେଉଛି, ଅଁଳା ପତ୍ର, କଳାଜିରା, ଅଲିଭ ଅଏଲ ଭିଟାମିନ ଇ କ୍ୟାପ୍ସୁଲ ଏବଂ ଆଲୋଭେରା ଜେଲ ।

୨. ବନ୍ଧୁଗଣ ଅଁଳା ପତ୍ର କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଆମ କେଶ ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ଅଁଳା ପତ୍ର କୁ କେଶ ମୂଳରେ ଲଗାଇବା ଦ୍ବାରା ଆମ କେଶକୁ ଏହାର ଔଷଧିୟ ଗୁଣ ପ୍ରାପ୍ତ ହୋଇଥାଏ ଯାହା ଫଳ ରେ ଆମ କେଶ ଘନ ହୋଇଥାଏ ।

୩. ବନ୍ଧୁଗଣ ଆପଣ ଏହି ଘରୋଇ ଉପଚାର ରେ କଳାଜିରା ର ତେଲ ଅଥବା ଏହାର ପାଉଡର କୁ ମଧ୍ୟ ବ୍ୟବହାର କରି ପାରିବେ । ବନ୍ଧୁଗଣ ଏଥିରେ ଦିବ୍ୟଗୁଣ ରହିଥାଏ । କଳାଜିରା ବ୍ୟବହାର କରିବା ଦ୍ୱାରା ଏହା ଆମ କେଶକୁ କଳା ଏବଂ ମଜବୁତ କରିଥାଏ ।

୪. ବନ୍ଧୁଗଣ ଅଲିଭ ଅଏଲ ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ । ଏହାର ବ୍ୟବହାର କେଶରେ କରିବା ଦ୍ୱାରା ଆମ କେଶକୁ ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ଲାଭ ହୋଇଥାଏ ଏବଂ ଏହା ଆମ କେଶ କୁ ଘନ ଏବଂ ଲମ୍ବା କରିବାରେ ସହାୟକ ହୋଇଥାଏ ।

୫. ବନ୍ଧୁଗଣ ଭିଟାମିନ ଇ କ୍ୟାପ୍ସୁଲ ରେ ଥିବା ତତ୍ତ୍ୱ ଆମ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଇ ପ୍ରୟୋଗ କରିବା ଦ୍ୱାରା ଆମ କେଶ କଳା ଏବଂ ମଜବୁତ ହୋଇଥାଏ ।

୬. ବନ୍ଧୁଗଣ ଆଲୋଭେରା ଗଛ ଯଦି ଆପଣକ ଘରେ ରହିଛି ତେବେ ତାର ପ୍ରୟୋଗ ଅତ୍ୟନ୍ତ ଲାଭକାରୀ ହୋଇଥାଏ । କିନ୍ତୁ ଯଦି ଏହା ନାହିଁ ତେବେ ଆପଣ ମାର୍କେଟ ରେ ମିଳୁଥିବା ଆଲୋଭେରା ଜେଲ କୁ ମଧ୍ୟ ବ୍ୟବହାର କରି ପାରିବେ । ଆଲୋଭେରା ଜେଲ କୁ ଆପଣଙ୍କୁ ଅଧ ଚାମଚ ବ୍ୟବହାର କରିବାର ଅଛି ।

୭. ବନ୍ଧୁଗଣ ଏହି ସମସ୍ତ ସାମଗ୍ରୀ କୁ ଆପଣକୁ ଏକତ୍ର କରି ଏକ ମିଶ୍ରଣ ବନାଇବାର ଅଛି । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଁଳା ପତ୍ର ର ପାଉଡର ରେ ସମସ୍ତ ସାମଗ୍ରୀ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣ କୁ ନିଜ କେଶରେ ଲଗାନ୍ତୁ ଏବଂ ଏହାକୁ ସକାଳେ ଭଲ ଭାବରେ ଧୋଇ ଦିଅନ୍ତୁ ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ କଳା ହୋଇଯିବ ଏବଂ ଏହା ସହିତ ଏହି ଉପଚାର କେଶକୁ ଘନ ଏବଂ ମଜବୁତ କରିବାରେ ମଧ୍ୟ ସହାୟକ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button