ରାଜନୀତି

ପୁଣି ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ: ଥାନା ଘେରିଲେ ଜଗନ୍ନାଥ ଓ ସମର୍ଥକ – Kalinga News

[ad_1]

ଭୁବନେଶ୍ବର: ମତଦାନ ତାରିଖ ଯେତେ ପାଖେଇ ଆସୁଛି ମଇଦାନରେ ସେତେ ଉତ୍ତେଜନା ବଢ଼ିଚାଲିଛି। ସୋମବାର ଦିନ ମଧ୍ୟ ନିର୍ବାଚନମଣ୍ଡଳୀର ନୂଆପଲ୍ଲୀ ଥାନା ତ୍ରିନାଥ ବସ୍ତି ବାଲିତୋଟା ସାହି ଅଞ୍ଚଳରେ ପ୍ରଚାର ସମୟ ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ଘଟଣାର ୨୪ ଘଣ୍ଟା ନପୁରୁଣୁ ଆଜି ପୁଣି ସମାନ ଘଟଣା ଘଟିଛି। ୟୁନିଟ୍‌-୬ ଅଞ୍ଚଳରେ ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ସମର୍ଥକ ମୁହାଁମୁହିଁ ହେବାରୁ ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ଓ ତାଙ୍କ ସମର୍ଥକ କ୍ୟାପିଟାଲ୍‌ ଥାନା ଘେରାଉ କରିଥିଲେ।

ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ମଙ୍ଗଳବାର ସନ୍ଧ୍ୟା ସମୟରେ ୱାର୍ଡ- ୪୬ର ବିଜେପି ନେତ୍ରୀ ମମତା ମଲ୍ଲିକ, ତାଙ୍କ ସ୍ବାମୀ ଓ ମହିଳା କାର୍ଯ୍ୟକର୍ତ୍ତା ଘରକୁ ଘର ଚିରକୁଟ ବାଣ୍ଟୁଥିଲେ। ଏହି ସମୟରେ ଅଚାନକ ସ୍ଥାନୀୟ କର୍ପୋରେଟଙ୍କ ସ୍ବାମୀ ମଧୁ ରେଡ୍ଚି ଓ ତାଙ୍କର ୩୦ରୁ ଅଧିକ ସମର୍ଥକ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ମହିଳାଙ୍କୁ ମାଡ଼ ମାରିଥିଲେ। ବିଜେଡି ସମର୍ଥକଙ୍କ ଏଭଳି ଆକ୍ରମଣକୁ ପ୍ରତିବାଦ କରି ରାତି ପାଖାପାଖି ସାଢ଼େ ୯ଟା ସମୟରେ ଜଗନ୍ନାଥ ଓ ତାଙ୍କ ସମର୍ଥକ କ୍ୟାପିଟାଲ୍‌ ଥାନା ଘେରାଉ କରିଥିଲେ। ଆକ୍ରମଣରେ ସାମିଲ୍‌ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦୃଢ଼ ଦାବି କରିଥିଲେ। ଅନ୍ୟପଟେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା କହିଛନ୍ତି, ‘‘ବିଜେଡିକୁ ବଦନାମ କରିବାକୁ ଏହା ବିଜେପିର ଏକ ଷଡ଼ଯନ୍ତ୍ର। ଜାଣି ଜାଣି ଏଭଳି ସ୍ଥିତି ସୃଷ୍ଟିକରି ଆମ ଉପରେ ଦୋଷ ଲଦୁଛନ୍ତି।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button