ଅପରାଧ

୨୦୦ରୁ ଅଧିକ ବିମାନ ଯାତ୍ରୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଚୋରି କରି ଗେଷ୍ଟ ହାଉସ୍ କିଣିଥିଲା ଚୋର – Kalinga News

[ad_1]

ନୂଆଦିଲ୍ଲୀ: ୨୦୦ରୁ ଅଧିକ ବିମାନ ଯାତ୍ରୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଚୋରି କରି ଚୋର ଗେଷ୍ଟ ହାଉସ୍ କିଣିବା ଖବର ଏବେ ଚର୍ଚ୍ଚାରେ। ଅଧିକ ଟଙ୍କା ଆୟ କରିବା ପାଇଁ ଦିଲ୍ଲୀର ଜଣେ ଯୁବକ ଏଭଳି କରିଥିବା ସାମ୍ନାକୁ ଆସିଛି। ‌ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ବେଳେ ଅଭିଯୁକ୍ତ କିଭଳି ଅତି ସହଜରେ ଜିନିଷ ଚୋରି କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଚୋରି କରିବାର ଶୈଳୀ ଦେଖି ମୁଣ୍ଡରେ ହାତ ଦେଇଛନ୍ତି ପୁଲିସକର୍ମୀ। ଅଭିଯୁକ୍ତଙ୍କ ନାମ ରାଜେଶ କପୁର ବୋଲି ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ୨୦୨୩ରେ ରାଜେଶ ୨୦୦ରୁ ଅଧିକ ବିମାନରେ ଯାତ୍ରା କରି ଯାତ୍ରୀଙ୍କଠାରୁ ଟଙ୍କା ଓ ଅଳଙ୍କାର ଲୁଟ୍ କରିଥିଲେ। ଲୁଟିବାର ଶୈଳୀ ତାଙ୍କର ଅଲଗା ଥିଲା। ସେ ମୁଖ୍ୟତଃ ବୃଦ୍ଧ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ଚୋରି କରିବା ପୂର୍ବରୁ ସେ ପ୍ରଥମେ ଯାତ୍ରୀଙ୍କ ହାବଭାବ ଭଲ ଭାବେ ଦେଖୁଥିଲେ। ଏହା ପରେ ତାଙ୍କ ସହ କଥା ହୋଇ ସାଙ୍ଗ ହେବାକୁ ଚେଷ୍ଟା କରୁଥିଲେ। ଲଗେଜରେ କେଉଁ ସବୁ ଦାମୀ ଜିନିଷ ରହିଛି, ତାହାର ଯାଞ୍ଚ କରୁଥି‌ଲେ। ଏହା ପରେ ସେ ବିମାନ ଭିତରକୁ ଯାଇ ଟାର୍ଗେଟ କରିଥିବା ଯାତ୍ରୀଙ୍କ ପାଖରେ ବସିବାକୁ ଚେଷ୍ଟା କରୁଥିଲେ। ବିମାନ ଉଡ଼ାଣ କରିବା ପରେ ସେ ସୁବିଧା ଦେଖି ଜିନିଷ ଚୋରି କରୁଥିଲେ।

ଜଣେ ମହିଳା ୭ଲକ୍ଷର ଗହଣା ଓ ଜଣେ ଯୁବକ ୨୦ଲକ୍ଷ ଟଙ୍କାର ଜିନିଷ ଚୋରି ହେବାର ଅଭିଯୋଗ କରିବା ପରେ ରାଜେଶଙ୍କ ଅସଲ ମୁଖା ସାମ୍ନାକୁ ଆସିଥିଲା। ପୁଲିସ ଦିଲ୍ଲୀ, ଅମ୍ରିତସର ଓ ହାଇଦ୍ରାବାଦ ବିମାନବନ୍ଦରର ସିସିଟିଭି ଯାଞ୍ଚ କରି ରାଜେଶଙ୍କ ପାଖରେ ପହଞ୍ଚିଥିଲା। ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ସେ ଦୋଷ ସ୍ବୀକାର କରିବା ସହ ଚୋରି କରିଥିବା ଟଙ୍କାରେ ଦିଲ୍ଲୀରେ ଏକ ବଡ଼ ଗେଷ୍ଟ ହାଉସ୍ କିଣିଥିବା ଜଣାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button