ମନୋରଞ୍ଜନ

ଘରେ ପଡ଼ିଯିବାରୁ ଲୋକପ୍ରିୟ ନିର୍ଦ୍ଦେଶକ ଭଟ୍ଟପାରାଙ୍କ ପରଲୋକ – Kalinga News

[ad_1]

ମୁମ୍ବାଇ: ଉଭୟ ବଲିଉଡ ଓ ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ତଥା ସ୍କ୍ରିପ୍ଟ ଲେଖକ ବିଜୁ ଭଟ୍ଟପାରାଙ୍କ ଦେହାନ୍ତ ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଏର୍ନାକୁଲମର ମୁଭାଟୁପୂଜାଠାରେ ବିଜୁ ଭଟ୍ଟପାରା ବସବାସ କରନ୍ତି। ଗତକାଲି ଘରେ ଚାଲୁଥିବା ବେଳେ ହଠାତ ସେ ତଳେ ପଡ଼ିଯାଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାରଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମାତ୍ର ୫୪ବର୍ଷ ବୟସରେ ହଠାତ ବିଜୁ ଭଟ୍ଟପାରାଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଛି। ନିର୍ଦ୍ଦେଶକଙ୍କ ପରିବାରଲୋକ ବିଜୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। କାରଣ ସୁସ୍ଥ ଥାଇ ଚଲାବୁଲା କରୁଥିବା ଲୋକଟା ଏମିତି ସମସ୍ତଙ୍କୁ ପରକରି ଚାଲିଯିବ କେହି ଚିନ୍ତା ବି କରି ନଥିଲେ।

ବିଜୁ ଭଟ୍ଟପାରା ଚଳଚ୍ଚିତ୍ର ସଂଗଠନର ଜଣେ ସକ୍ରିୟ କର୍ମୀ ଥିଲେ। ସେ କମଲା ସୁରୟାଙ୍କ ବ୍ୟକ୍ତିଗତ ସଚିବ ଭାବରେ ମଧ୍ୟ କାମ କରିଛନ୍ତି। ଏଫଇଏଫକେଏ ନିର୍ଦ୍ଦେଶକ ସଂଘ ବିଜୁ ଭଟ୍ଟପାରାଙ୍କ ଦେହାନ୍ତ ଖବର ପାଇବା ପରେ ସମବେଦନା ଜଣାଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button