ରାଜନୀତି
ସୋରରେ ବିଜେପି ବିଧାୟକ ପ୍ରାର୍ଥୀ ବଦଳିଲେ, ପର୍ଶୁରାମ ଧଡ୍ଡାଙ୍କୁ ମିଳିଲା ଟିକେଟ – Kalinga News

[ad_1]
ଭୁବନେଶ୍ବର/ ସୋର: ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି। ଏଠାେର ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି। ଦଳ ପର୍ଶୁରାମ ଧଡ୍ଡାଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ସୋର ବିଧାୟକ ପର୍ଶୁରାମ ଧଡ୍ଡା କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଦଳୀୟ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କ ନାଁ ବିଜେପି ଘୋଷଣା କରିବାର ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ବିତିବା ପରେ ବି ସେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିଲେନି। ଅନ୍ୟପକ୍ଷରେ ପ୍ରାର୍ଥୀ ପରିବର୍ତ୍ତନ ଦାବିକୁ ଜୋରଦାର କରିଛନ୍ତି ଦଳୀୟ କର୍ମକର୍ତ୍ତା। ପ୍ରାର୍ଥିତ୍ବକୁ ନେଇ ବିବାଦ ଉପୁଜିବା ପରେ ବିଜେପି କାର୍ଯ୍ୟାଳୟ ମଧ୍ୟ ସେବେଠୁ ବନ୍ଦ ରହିଛି।
[ad_2]