ଜେଜେମା’ଙ୍କୁ ମାରିଦେଲେ ୩ ନାବାଳକ ନାତି – Kalinga News

[ad_1]
ଗୁରୁଣ୍ଡିଆ: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ପଞ୍ଚାୟତ ନୂଆପାଲି ଗାଁର ବନ୍ଧଟୋଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜେଜେମା’ଙ୍କୁ ପିଟିପିଟି ମାରିଦେଇଛନ୍ତି ୩ ନାବାଳକ ନାତି। ସେମାନଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ମୃତକ ହେଉଛନ୍ତି ଗାଁର ବିଧବା ଦରଧିଆ ସୁରିନ(୬୭)।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଦରଧିଆଙ୍କର ୫ ପୁଅ। ପୁଅମାନେ ସବୁ ବାହାରେ କାମଧନ୍ଦା କରୁଥିବା ବେଳେ ଘରେ ସଂଯୁକ୍ତ ପରିବାରରେ ବୋହୂ ଓ ନାତିନାତୁଣୀ ରହନ୍ତି। ୧୦ ତାରିଖ ରାତି ପ୍ରାୟ ୯ଟା ପାଖାପାଖି ଅଭିଯୁକ୍ତ ୩ ନାତିଙ୍କ ସହ ଦରଧିଆଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନାତିମାନେ ତାଙ୍କୁ ଏକ ଠେଙ୍ଗାରେ ପିଟିଥିଲେ। ମୁଣ୍ଡରେ ଶକ୍ତପାହାର ବାଜିବାରୁ ଦରଧିଆ ସେଠାରେ ଟଳି ପଡ଼ିଥିଲେ। ତାଙ୍କର ଜୀବନ ଚାଲିଯାଇଥିଲା। ଏହାପରେ ନାତିମାନେ ବୃଦ୍ଧାଙ୍କ ମୃତଶରୀରକୁ ଟେକିନେଇ ଅନ୍ୟ ଗୋଟିଏ ଘରେ ରଖି ଦେଇଥିଲେ। ଖବରପାଇ ଦରଧିଆଙ୍କ ବଡ଼ପୁଅ ୧୧ ତାରିଖରେ ଘରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତିନି ନାବାଳକଙ୍କୁ ଅଟକ ରଖିଥିଲା। ପୁଲିସ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିବା ସହ ପଚରାଉଚରା ପରେ ତିନି ନାବାଳକଙ୍କୁ ରାଉରକେଲା ବାଳସୁଧାର ଗୃହ ପଠାଇଛି।
[ad_2]