ଖେଳ ଖବର

ଆଇପିଏଲ୍ : ଦିଲ୍ଲୀ ଆଗରେ ୧୮୮ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ – Kalinga News

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୪ର ୬୨ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୮୮ ରନର ଲକ୍ଷ୍ୟ ରଖିଛି ବେଙ୍ଗାଲୁରୁ ।

ଏହି ମ୍ୟାଚରେ ଦିଲ୍ଲୀ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁପ୍ଲେସିସ୍ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୬ ରନ କରି ପାଭିଲିୟନ ଫେରିଥିଲେ । ତେବେ ବିରାଟ କୋହଲି ଓ ଓ୍ବିଲ ଜାକ୍ସଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । କୋହଲି ୨୭ ରନ କରିଥିବାବେଳେ ଜାକ୍ସ ୪୧ ରନ କରିଥିଲେ । କୋହଲି ଆଉଟ ହେବା ପରେ ଜାକ୍ସ ଓ ରଜତ ପଟିଦାରଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରଜତ ମାତ୍ର ୩୨ ବଲରେ ୫୧ ରନ କରିଥିଲେ । ସେହିପରି କାମେରନ ଗ୍ରୀନ ଅପରାଜିତ ୩୨ ରନ କରିଥିଲେ । କିନ୍ତୁ ଶେଷ ବେଳକୁ ଦଳ ଅଳ୍ପ ରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇବା ପରେ ଦଳର ସ୍କୋର ୨୦୦ ଟପିପାରିନଥିଲା ଓ ୧୮୭ରେ ସୀମିତ ରହିଥିଲା ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button