ମନୋରଞ୍ଜନ

ଉଦାହରଣ ସାଜିଛନ୍ତି ଏହି ସବୁ ମାଆ… – Kalinga News

[ad_1]

ମାତୃତ୍ବ ଜୀବନର ସର୍ବଶ୍ରେଷ୍ଠ ଅନୁଭବ। ଆଜି ଅନ୍ତର୍ଜତୀୟ ମାତୃତ୍ବ ଦିବସରେ ବଲିଉଡ୍‌ର ସେହି ଅଭିନେତ୍ରୀ ମାଆମାନଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ନିଜର ବୃତ୍ତିଗତ ଜୀବନ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରି ନିଜ ସନ୍ତାନ ଲାଗି ସମୟ ଦେଉଛନ୍ତି।
‘ବଲିଉଡ୍‌ ବେଗମ୍’ ଭାବେ ଜଣାଶୁଣା ଅଭିନେତ୍ରୀ କରୀନା କପୁର ଦୁଇ ପିଲାଙ୍କ ମାଆ। ନିଜର ବୃତ୍ତିଗତ କାର୍ଯ୍ୟ ସହ ସେ ତାଙ୍କର ଦୁଇ ପୁଅ ତୈମୁର ଓ ଜୈହଙ୍କୁ ମାଆର ମମତା ଦେବାରେ କେବେ ହେଳା କରିନାହାନ୍ତି। ଅଧିକାଂଶ ସମୟରେ କରୀନାଙ୍କୁ ତାଙ୍କ ପୁଅମାନଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଥିବା ଦେଖିବାକୁ ମିଳେ। କରୀନାଙ୍କ ପ୍ରଥମ ପୁଅ ତୈମୁର ସୋସିଆଲ୍‌ ମିଡିଆରେ ଖୁବ୍ ସକ୍ରିୟ। ବାପା ସୈଫ୍‌ ଅଲ୍ଲୀ ଖାନ୍‌ ଓ ମାଆ କରୀନାଙ୍କ ପରି ତୈମୁର୍‌ ମଧ୍ୟ ଫ୍ୟାନ୍ ଫଲୋୟର୍ସଙ୍କ ଭିତରେ ଖୁବ୍ ଲୋକପ୍ରିୟ।
ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ସବୁ ସ୍ଥାନକୁ ନିଜ ଝିଅ ଆରାଧ୍ୟାଙ୍କ ହାତ ଧରି ଧରି ଯାଇଥାନ୍ତି। ଝିଅ ପ୍ରତି ତାଙ୍କର ଏହି ମମତା ଅଧିକାଂଶ ସମୟରେ ଲୋକ ପସନ୍ଦ ନ କରି ତାଙ୍କୁ ସମାଲୋଚିତ କରିଥାନ୍ତି। ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟାଙ୍କ ତନୟା ଆରାଧ୍ୟା ଯଥେଷ୍ଟ ବଡ଼ ହୋଇ ସାରିବା ପରେ ବି ଐଶ୍ ଯେଉଁଭଳି ଭାବେ ତାଙ୍କୁ କୁନି ପିଲାଟିଏ ପରି ବାଟ କଢ଼େଇ ନିଅନ୍ତି ତାହା ଯେ ଜଣେ ଉତ୍ତମ ମାଆ କରିଥାଏ ଏଥିରେ ସନ୍ଦେହ ନାହିଁ।
ଅଭିନେତ୍ରୀ କାଜଲ ଝିଅ ନ୍ୟାସା ଓ ପୁଅ ‌ୟୁଗ୍‌ଙ୍କ ବିଷୟରେ ଅଧିକାଂଶ ସାକ୍ଷାତ୍‌କାରରେ ଆଲୋଚନା କରିଥାଆନ୍ତି। ସ୍ବାମୀ ଅଜୟ ଦେବଗନ୍‌ଙ୍କ ସହ ପୁଅ ଓ ଝିଅଙ୍କୁ ନେଇ ନିଜ ସଂସାରରେ ସେ ଖୁବ୍ ଖୁସିରେ ଅଛନ୍ତି। ବୃତ୍ତିଗତ ଜୀବନକୁ ଆଦୌ ହେଳା କରୁ ନ ଥିବା ଏହି ନାୟିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବି ବେଶ୍‌ ସତର୍କ ଓ ଯତ୍ନବାନ୍।
ଏମାନଙ୍କ ବ୍ୟତୀତ ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା, ସୋନମ କପୁର, ଆଲିଆ ଭଟ୍ଟ ଆଦି ଅଭିନେତ୍ରୀ ମାଆ ବନିସାରିଛନ୍ତି। ସେଲିବ୍ରିଟି ହୋଇ ବି ବୃତ୍ତିଗତ ଜୀବନ ସହ ନିଜ ସନ୍ତାନ ପ୍ରତି କର୍ତ୍ତବ୍ୟ ତୁଲା‌ଇ ଏମାନେ ଜଣେ ଜଣେ ଉଦାହରଣ ପାଲଟିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button