ସୁଶାନ୍ତଙ୍କୁ ଅର୍ଥ ଦେଲେ ବରିଷ୍ଠ ନାଗରିକ – Kalinga News
[ad_1]
ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ ଓ ୧୪ ନମ୍ବର ୱାର୍ଡରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ନିର୍ବାଚନୀ ପ୍ରଚାର କରିଛନ୍ତି। ଆଜି ଏକ ବିଶାଳ ନିର୍ବାଚନୀ ଶୋଭାଯାତ୍ରାରେ ଦଳୀୟ କର୍ମୀଙ୍କ ସହ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଛନ୍ତି। ଏହି ଅବସରରେ ୧୪ ନମ୍ବର ୱାର୍ଡର ପ୍ରତି ଛକରେ ବରିଷ୍ଠ ନାଗରିକମାନେ ରାଉତଙ୍କୁ ସମ୍ବର୍ଧନା କରିଥିବା ବେଳେ ଡିଷ୍ଟ୍ରିକ୍ଟ ସେଣ୍ଟରର ଅବସରପ୍ରାପ୍ତ ବରିଷ୍ଠ ନାଗରିକମାନେ ନିଜ ପେନ୍ସନ୍ ପଇସାରୁ କିଛି ଅର୍ଥ ବିଧାୟକ ଶ୍ରୀ ରାଉତଙ୍କୁ ନିର୍ବାଚନ ଲଢ଼ିବାକୁ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ରାଉତ କହିଥିଲେ, ‘‘ଏହି ଅର୍ଥ ମୋ ପାଇଁ ୧୦୦ କୋଟିରୁ କମ୍ ନୁହେଁ। ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ଏକାନ୍ତ କାମ୍ୟ।’’ ଅନ୍ୟମାନଙ୍କ ମଧ୍ୟରେ ବିଏମ୍ସି ମେୟର ସୁଲୋଚନା ଦାସ, ବରିଷ୍ଠ ନେତା ତଥା ମତ୍ସ୍ୟ ଉନ୍ନୟନ ନିଗମ ଅଧକ୍ଷ ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ମୋନାଲିସା ସାହୁ, ଲାଲମୋହନ ଟୁଡୁ, ମିହିର କୁମାର ରାଉତ, ମହିଳା ନେତ୍ରୀ ସୂର୍ଯ୍ୟାକାନ୍ତି ଜେନାଙ୍କ ସମେତ ବହୁ ସଂଖ୍ୟାରେ ଯୁବକ, ଛାତ୍ର ତଥା ମହିଳା ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବାରଙ୍ଗ: ଭୁବନେଶ୍ବର ଉପକଣ୍ଠ ଇଞ୍ଜଣାରେ ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କରାଯାଇଛି। ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଯୋଗଦେଇ ଭୂମିପୂଜା କରିବା ପରେ ବିଲରେ ହଳକରି ଧାନ ବୁଣିଥିଲେ। ଏହି ଅବସରରେ ଅୟୋଜିତ ସଭାରେ ଉଭୟ ମନ୍ମଥ ଓ ସୁଶାନ୍ତ ଚାଷୀଙ୍କ ଶୁଭ ମନାସିଥିଲେ ଏବଂ ନବୀନ ସରକାରର ବିକାଶ ମୂଳକ ଯୋଜନା ସମ୍ପର୍କରେ କହିଥିଲେ। ଇଞ୍ଜଣା ଗ୍ରାମର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସୁବାସ କୁମାର ପାତ୍ର, ପ୍ରତାପ ଚନ୍ଦ୍ର ରାଉତ, ପବିତ୍ର ମୋହନ ସ୍ବାଇଁ ଓ ଯୁଗାଂଶୁ ଶେଖର ପଣ୍ଡାଙ୍କ ସମେତ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।
[ad_2]