ଅପରାଧ

ଭାଇ ମୋର ଅନୁରୋଧ ମୋ ମୃତଶରୀର ପ୍ରେମିକାକୁ ଦେଖାଇବ ନାହିଁ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମ କରି ଧୋକା ପାଇବା ପରେ ଜଣେ ଯୁବକ ହୋଟେଲରେ ଜୀବନ ହାରି ଦେଇଛନ୍ତି। ମୃତ ଯୁବକଙ୍କ ନାମ ବିଜୟ ସିଂହ ।

ଏହି ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ବିଜୟ ସିଂହ ଜଣେ ଯୁବତୀଙ୍କୁ ୫ବର୍ଷ ହେବ ଭଲ ପାଇ ଆସୁଥିଲେ। ଯୁବତୀ ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଥିବା ବେଳେ ବିଜୟ ଅପରେସନ ଥିଏଟରରେ ଜଣେ ଟେକନିସିଆନ ଭାବେ କାମ କରୁଥିଲେ। କିଛିଦିନ ତଳେ କୌଣସି କଥାକୁ ନେଇ ବିଜୟ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବିଜୟ ରାଗି ଯାଇ ତାଙ୍କ ପ୍ରେମିକାଙ୍କୁ ଚାପୁଡ଼ା ମାରିଥିଲେ।

ଏନେଇ ଯୁବତୀ ଥାନାରେ ବିଜୟଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ବିଜୟଙ୍କ ସହିତ ମୁଁ ଲିଭଇନ ରିଲେସନସିପରେ ଥିଲି। କିଛିଦିନ ପୂର୍ବରୁ ମୁଁ ଜାଣିବାକୁ ପାଇଲି ବିଜୟ ବିବାହିତ କିନ୍ତୁ ସେ ମୋ‌ତେ ଏକକଥା ଲୁଚାଇଥିଲେ। ଏମିତି କି ତାଙ୍କ ସ୍ତ୍ରୀ ସହିତ ଛାଡ଼ପତ୍ର ବି ହୋଇନାହିଁ। ଏଭଳିସ୍ଥିତିରେ ମୁଁ ବିଜୟ ସହିତ ରହି ପାରିବି ନାହିଁ।’

ଯୁବତୀଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଉଭୟଙ୍କ ପରିବାରଲୋକଙ୍କୁ ଡାକିବା ସହିତ ବିଜୟଙ୍କୁ ବୁଝାସୁଝା କରିଥିଲା। ଏହାପରେ  ଗତ ବୁଧବାର କୋଏଲା ନଗରସ୍ଥିତ ଏକ ହୋଟେଲରେ ରୁମ ନେଇ ୪୦ଟି କ ଅଚେତ ଇନଜେକସନ ନେଇ ବିଜୟ ଜୀବନ ହାରି ଦେଇଥିଲେ।

ଜୀବନ ହାରିବା ପୂର୍ବରୁ ବିଜୟ ଏକ ହାତ ଲେଖା ଚିଠି ଛାଡ଼ିଯାଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ବିଜୟ ସିଂହ ଯାଦବ। ମୋ ସହିତ ଯାହା ହେଲା କିଛି ଭଲ ହେଲାନାହିଁ। ମୋର ୫ବର୍ଷ ତୁ ନଷ୍ଟ କରି ଦେଇଛୁ। ମୁଁ ଯେଉଁ ପଦକ୍ଷେପ ଉଠାଇବାକୁ ଯାଉଛି ସେଥିପାଇଁ ମୋତେ ସମସ୍ତେ କ୍ଷମା କରିଦେବ କାରଣ ମୁଁ ମୋ ଜୀବନରେ ହାରି ଯାଇଛି। ମୋର ମୃତଦେହ ଆଶିଷ ଭାଇଙ୍କୁ ଛାଡ଼ି ଆଉ କାହାରିକୁ ଦେବନାହିଁ। ଭାଇ ମୃତଦେହ ତୁମକୁ ହସ୍ତାନ୍ତର ହେଲା ପରେ ମୋର ଅନୁରୋଧ କାହାରିକୁ ଦେଖିବାକୁ ଦେବ ନାହିଁ। ମୋର ପ୍ରମିକା ଯେମିତି ମୋର ଗୋଟିଏ ବି ଝଲକ ନପାଉ ଏହା ମୋର ତୁମକୁ ଅନୁରୋଧ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button