ମେ ୨ରୁ ଚିକାଗୋରେ ନିଖୋଜ ହୋଇଛନ୍ତି ଭାରତୀୟ ଛାତ୍ର – Kalinga News

[ad_1]
ଚିକାଗୋ: ଗତ ମେ ୨ ତାରିଖରୁ ଚିକାଗୋରେ ଜଣେ ଭାରତୀୟ ଛାତ୍ର ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ରୁପେଶ ଚନ୍ଦ୍ରଙ୍କୁ ଖୋଜିବା ପାଇଁ ବା ତାଙ୍କ ସହ ସଂପର୍କ ଯୋଗାଯୋଗ କରିବା ପାଇଁ ପୁଲିସ୍ ଚେଷ୍ଟା ଚଳାଇଛି ବୋଲି ଚିକାଗୋରେ ଥିବା କନସୁଲେଟ୍ ଜେନେରାଲ୍ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଚିକାଗୋରେ ଥିବା ଭାରତର କନସୁଲେଟ୍ ଜେନେରାଲ୍ ଏକ ଏକ୍ସ ପୋଷ୍ଟ୍ରେ କହିଛନ୍ତି, “ଭାରତୀୟ ଛାତ୍ର ରୁପେଶ ଚିଟାକିଣ୍ଡି ଗତ ମେ ୨ ତାରିଖରୁ କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି। ଏହା ଗଭୀର ଚିନ୍ତାର ବିଷୟ। ତାଙ୍କୁ ଖୋଜିବା ପାଇଁ କନ୍ସୁଲେଟ୍ ପୁଲିସ୍ ସହ ଯୋଗାଯୋଗରେ ରହିଛି।’’
ଚିକାଗୋ ପୁଲିସ ଏକ ବିବୃତି ଜାରି କରି କହିଛି ଯେ ଯଦି କେହି ରୂପେଶ ଚିଟାକିଣ୍ଡିଙ୍କୁ ଖୋଜିଦିଅନ୍ତି ତେବେ ପୁଲିସକୁ ସୂଚନା ପ୍ରଦାନ କରିବାକୁ ଲୋକଙ୍କୁ ଅନୁରୋଧ। କରିଛନ୍ତି। ପୁଲିସ୍ ଦେଇଥିବା ସୂଚନାନୁସାରେ, ସେ ଏନ ଶେରିଡାନ ରୋଡର ୪୩୦୦ ବ୍ଲକରୁ ନିଖୋଜ ଥିଲେ।
ଏହାପୂର୍ବରୁ ଏପ୍ରିଲ ମାସରେ ଆମେରିକାର ଓହିଓରୁ ନିଖୋଜ ଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା ବୋଲି ନ୍ୟୁୟର୍କର କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ କହିଥିଲେ। ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ୍ କହିଥିଲେ ଯେ ‘‘ମହମ୍ମଦ ଅବଦୁଲ୍ ଆର୍ଫାଥଙ୍କ ମୃତ୍ୟୁ ବିଷୟରେ ଜାଣିବା ଅତ୍ୟନ୍ତ ଦୁଃଖଦାୟ। ତାଙ୍କ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଉଛି।’’
ଆମେରିକାରେ ରହୁଥିବା ଅନେକ ଭାରତୀୟ ଛାତ୍ର ନିଖୋଜ ହେବା ଓ ପରେ ସେମାନଙ୍କ ମୃତଦେହ ମିଳିବା ଏକ ଚିନ୍ତାର ବିଷୟ ପାଲଟିଛି।
[ad_2]